ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କୁ ୧୧ ଦଫା ଦାବିପତ୍ର ପ୍ରଦାନ

ସୁବର୍ଣ୍ଣପୁର- ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ସମୟରେ ଜିଲ୍ଲା ତଥା ରାଜ୍ୟରେ କାର୍ଯ୍ୟରତ ଥିବା ସମସ୍ତ ସାମ୍ବାଦିକଙ୍କ ସାମୁହିକ ସମସ୍ୟା ଓ ସ୍ୱାର୍ଥ ଉପରେ ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ମାନ୍ୟବର ମୂଖ୍ୟମନ୍ତ୍ରୀ ଙ୍କୁ ୧୧ ଦଫା ଦାବି ପ୍ରଦାନ କରାଯାଇଥିଲା । ରାଜ୍ୟରେ ସାମ୍ୱାଦିକଙ୍କ ପ୍ରତି ବୃଦ୍ଧି ପାଉଥିବା ଆକ୍ରମଣ ଘଟଣାରେ ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସହ ସ୍ଵତନ୍ତ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରାଣୟନ କରାଯିବା, ସ୍ଵାସ୍ଥ୍ୟ ବୀମା ରାଶିକୁ ୫ ହଜାରରୁ ୧୦ ହାଜର ଟଙ୍କାକୁ ବୃଦ୍ଧି କରିବା, ମୃତ୍ୟୁ କାଳୀନ ସହାୟତା ରାଶିକୁ ୪ ଲକ୍ଷରୁ ୧୦ ଲକ୍ଷ ଟଙ୍କା ବୃଦ୍ଧି କରିବା, ଅବସରକାଳୀନ ଭତ୍ତା ପ୍ରଦାନ, ଘର ନିର୍ମାଣ ତଥା ପିଲା ଛୁଆଙ୍କ ପାଠ ପଢା ପାଇଁ ବ୍ୟାଙ୍କ ଋଣ ବ୍ୟବସ୍ଥାରେ ସରଳୀକରଣ ନିୟମ କରି ବ୍ୟାଙ୍କ ମାନଙ୍କୁ ସର୍କୁଲାର ଜାରି କରିବା, ଅଧିସ୍ବୀକୃତି ଆଇନର ସରଳୀକରଣ କରି ବ୍ଲକ ତଥା ଜିଲ୍ଲା ସ୍ତରୀୟ ସମସ୍ତ ସାମ୍ୱାଦିକଙ୍କୁ ଏଥିରେ ସାମିଲ କରିବା ଭଳି ପ୍ରମୁଖ ୧୧ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ମୂଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରଯାଇଥିଲା ।

ସଂଘର ସୁବର୍ଣ୍ଣପୁର  ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରୀପାଠୀ, ସଂପାଦକ ମହାଦେବ ମଲ୍ଲିକ, କାର୍ଯକାରୀ ସଭାପତି ଦିଲ୍ଲୀପ କୁମାର ପାତ୍ର, ରାଜ୍ୟ ସାଂଗଠାନିକ ସଂପାଦକ ରାଜ କିଶୋର ତ୍ରୀପାଠୀ, ଜିଲ୍ଲା ଶାଖା ଉପସଭାପତି ସୁବାସ ଚରଣ ପଣ୍ଡା, କାର୍ଯକାରୀ କମିଟି ସଦସ୍ୟ ମାନଭଞ୍ଜନ ମିଶ୍ର, ଗଣପତି ବାଗ, ଧ୍ରୁବରାଜ ମିଶ୍ର, କମଲ ମେହେର, ବିଵେକା ନନ୍ଦ ମିଶ୍ର, ଶ୍ରୀକୁମାର ମହନ୍ତ, ଶ୍ୟାମ ସୁନ୍ଦର ପଣ୍ଡା, ମୁକେଶ ବଗର୍ତ୍ତୀ, ଉଗ୍ରସେନ କର୍ମୀ ପ୍ରମୁଖଙ୍କ ସହିତ ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲାର ୧୦୦ ରୁ ଉର୍ଦ୍ଧ୍ବ କାର୍ଯ୍ୟରତ ସାମ୍ୱାଦିକ ଉପସ୍ଥିତ ଥିଲେ । ଯେହେତୁ ଏହା ଏକ ସରକାରୀ କାର୍ଯ୍ୟକ୍ରମ ଥିଲା ସେଥିପାଇଁ ଜିଲ୍ଲା ପ୍ରଶାସନର ସମ୍ମାନ ଦୃଷ୍ଟିରୁ ଓଡ଼ିଶା ସାମ୍ବାଦିକ ସଂଘ ସୋନପୁର ଶାଖା ଜିଲ୍ଲାପାଳ ଓ ଏସପିଙ୍କ ଅନୁମତି ନେଇ ଦାବୀ ପତ୍ର ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନର ସ୍ଵୀକୃତି ପାଇଥିଲା ।

ପ୍ରକାଶ ଥାଉ କି ଯେ ୨୦୨୩ରେ ଜାତୀୟ ପ୍ରେସ ଦିବସ ରେ ପ୍ରଥମ ଥର ରାଜ୍ୟରେ ଓଡ଼ିଶା ସାମ୍ୱାଦିକ ସଂଘ ଭୁବନେଶ୍ୱରରେ ସାମ୍ବାଦିକଙ୍କ ସମସ୍ତ ସାମୁହିକ ସ୍ୱାର୍ଥ ହାସଲ ପାଇଁ ରାଜ୍ୟ ସଭାପତି ଶଶି ଭୂଷଣ ପ୍ରହରାଜଙ୍କ ନେତୃତ୍ୱରେ ରାଜରାସ୍ତାକୁ ଓହ୍ଲାଇ ପ୍ରଥମ ଥର ପାଇଁ ଧାରଣା ଦେଇଥିଲା ଓ ବିଗତ ସରକାର ଓ ରାଜ୍ୟପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲା । ଗତ ନିର୍ବାଚନ ସମୟରେ ମଧ୍ୟ ସମ୍ବଲପୁର, ଫୁଲବାଣୀ, ମୟୂରଭଞ୍ଜ ଓ ସୁବର୍ଣ୍ଣପୁର ଜିଲ୍ଲା ଶାଖା କର୍ମକର୍ତାଙ୍କ ପକ୍ଷରୁ ସମସ୍ତ ଜିଲ୍ଲାରେ ଓଡ଼ିଶା ସରକାରଙ୍କୁ ଏହି ୧୧ ଦଫା ଦାବୀ ପତ୍ର ପ୍ରଦାନ କରିଥିଲା ଏବଂ ବିଗତ ସରକାରରେ ସାମ୍ୱାଦିକଙ୍କ ବୀମା ରାଶି ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ବୃଦ୍ଧି ମଧ୍ୟ ହୋଇଥିଲା । ପରେ ପରେ ନୂଆଁ ସରକାର ଶପଥ ପାଠ ସମୟରେ ଲୋକସଭା ସଦନରେ ମଧ୍ୟ ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ସାମ୍ୱାଦିକଙ୍କ ବିଭିନ୍ନ ସମସ୍ୟା ଉପରେ ପ୍ରଶ୍ନ କରାଯାଇଥିଲା ଓ ଶପଥ ପାଠର ପରଦିନ ସକାଳେ ପୁରୀ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା ପରେ ପୁରୀ ସର୍କିଟ ହାଉସ ଠାରେ ସଂଘର ସୁବର୍ଣ୍ଣପୁର ଜିଲ୍ଲା ଶାଖାର ଏଇ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ୧୦ ଦଫା ଦାବି ପତ୍ର ପ୍ରଦାନ କରି ଆଲୋଚନା କରିଥିଲେ । ଯାହାକି ନୂଆଁ ସରକାରରେ ରାଜ୍ୟରେ ପ୍ରଥମ ଦିନ ପ୍ରଥମ ଦାବୀ ପତ୍ର ଥିଲା ଓଡ଼ିଶା ସାମ୍ୱାଦିକ ସଂଘର । ସେଥି ପାଇଁ ଏହି ସମସ୍ୟାର ସମାଧାନ ପାଇଁ ଶ୍ରୀ ଜଗନ୍ନାଥଙ୍କ ଉପରେ ଓ ନୂଆଁ  ସରକାରଙ୍କ ଉପରେ ପୂର୍ଣ୍ଣ ଆଶା ଭରସା ରଖିଛି ସଂଘ ।