୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୪ ଜଣ ଗିରଫ ହୋଇଛନ୍ତି

ବ୍ରହ୍ମପୁର-: ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୪ ଜଣ ଗିରଫ ହୋଇଛନ୍ତି । ୪ ଅଭିଯୁକ୍ତଙ୍କୁ ଗିରଫ କଲା ଗୋଳନ୍ଥରା ଥାନା ପୋଲିସ । ଅଭିଯୁକ୍ତ ମାନେ ଫେରାର ଥିବାବେଳେ ବେଳେ ବିଶାଖାପାଟଣାରୁ ଧରିଲା ପୋଲିସ । ଗିରଫ ପରେ ୪ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତମାନେ ଗୋଳନ୍ଥରା ଥାନା ଅଞ୍ଚଳର ଶିବା, କେ.ସାଇ, ଜି. ଗେରେୟା ଓ ଏନ ଶ୍ରିନୁ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଜନୈକା ନାବାଳିକାଙ୍କ ସହ ବନ୍ଧୁତା କରି ତାଙ୍କୁ ଘରୁ ଡାକି ନେଇ ଏକ ନିର୍ଜନ ସ୍ଥାନରେ ବଳାତ୍କାର ପରେ ଅଭିଯୁକ୍ତ ଜଣକ ତା ଅନ୍ୟ ତିନି ସାଙ୍ଗକୁ ଡାକି ଉକ୍ତ ନାବାଳିକାଙ୍କୁ ଜଣଙ୍କ ପରେ ଜଣେ ଗଣବଳାତ୍କାର କରିଥିଲେ । ଏପରିକି ଉକ୍ତ ପୀଡ଼ିତାଙ୍କ ୧୧ ବର୍ଷର ସାନ ଭଉଣୀଙ୍କୁ ସେଠାକୁ ଡାକି ଗଣବଳାତ୍କାର କରିଥିଲେ ଅଭିଯୁକ୍ତ ମାନେ । ବନ୍ଧୁତା ସ୍ଥାପନ କରି ବିଶ୍ୱାସ ଜନ୍ମାଇ ଯୁବକ ଜଣଙ୍କ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।ଏନେଇ ବ୍ରହ୍ମପୁର ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି  ସୂଚନା ଦେଇଛନ୍ତି। ପୋଲିସ ଘଟଣା ବେଳେ ବ୍ୟବହୃତ ମୋବାଇଲ ଓ ବାଇକ୍‌ ଜବତ କରିଛି । କେସ୍‌ ନଂ ୨୪୦/୨୫ରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।