ବ୍ୟୁରୋ : ବାତ୍ୟା କୁ ନେଇ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ଙ୍କ ପ୍ରତିକ୍ରିୟା | ବାତ୍ୟାର ଗତି ସାମାନ୍ୟ ପରିବର୍ତ୍ତନ ହୋଇଛି | ପୂର୍ବାନୁମାନ କରାଯାଉଛି ଭିତର କନିକା ପାର୍ଶ୍ଵ ରେ ହିଟ କରିବ ବାତ୍ୟା | ପାରାଦ୍ୱୀପ ଠାରୁ 280 କିମି ଦୂରରେ ଅଛି | ଧାମରା ଠାରୁ 380 କିମି ଦୂରରେ ଅଛି | ଘଣ୍ଟା ପ୍ରତି 15 କିମି ବେଗରେ ଗତି କରୁଛି | ଆଜି ସକାଳ 8.30 ଠାରୁ ଆସନ୍ତାକାଲି 8.30 ପର୍ଯ୍ୟନ୍ତ ରେଡ ୱାର୍ନିଙ୍ଗ ଜିଲ୍ଲା ରେ ରେନଫଲ 7 cm ରୁ 20 cm ବର୍ଷା ହୋଇପାରେ | ଅରେଞ୍ଜ ୱାର୍ଣ୍ଣି ଜୋନ ଜିଲ୍ଲା ରେ ମଧ୍ୟ 7 ରୁ 20 cm ବର୍ଷା ହେବ | ସ୍ଥାନାନ୍ତରିତ ପ୍ରକ୍ରିୟା ଚାଲିଛି | ସମୁଦ୍ର କୁଳ ରୁ ଲୋକେ ସ୍ଥାନାନ୍ତରିତ ହୋଇଗଲେଣି | ସ୍ଥାନାନ୍ତରିତ ପ୍ରକ୍ରିୟା ର ସୂଚନା 11.30 ରେ ଜିଲ୍ଲପାଳ ଦେବେ | ଲୋକେ ପଶୁ ମାନଙ୍କୁ ଘରେ ଦୌଡି ରେ ବାନ୍ଧି ଆସୁଛନ୍ତି ଖବର ଅଛି | ସେମାନଙ୍କୁ ନ ବାନ୍ଧି ଗାଁ ର ଉଚ୍ଚ ଜାଗାରେ ସେମାନଙ୍କୁ ଛାଡିବା ପାଇଁ ନିବେଦନ କଲେ ମନ୍ତ୍ରୀ | ଗୋ ଖାଦ୍ୟ ପ୍ରସ୍ତୁତ ଅଛି | ମେଡିକାଲ କୁ ଗର୍ଭବତୀ ମହିଳା ଙ୍କ ସ୍ଥାନାନ୍ତରିତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇସାରିଛି | ଦିଗ ବଦଳିଲେ ପାର୍ଶ୍ଵ ବର୍ତ୍ତୀ ଗାଁ ଓ ବ୍ଲକ ରେ ରିଲିଫ ସେଣ୍ଟର କୁ ଲୋକ ଆଣିବାକୁ ପ୍ରସ୍ତୁତି ଚାଲିଛି | ବାତ୍ୟା ସରିଲେ ରିଲିଫ ସେଣ୍ଟରରୁ ଲୋକଙ୍କୁ ଘରେ ପଂହଁଚାଇବେ ସରକାର | ସହରାଞ୍ଚଳ ର ଜାଗାରେ ପାଣି ପଶିବା ସମ୍ଭାବନା ଅଛି ସେଠି ପାଣି ରିଲିଫ ପାଇଁ ପ୍ରକ୍ରିୟା ଆରମ୍ବ ହୋଇଛି | ସବୁ ଜାଗାର 20 କିମି ଭିତରେ ସାପ କାମୁଡା ଇଞ୍ଜେକ୍ସନ ଗଛିତ ଅଛି | ବାତ୍ୟା ପରେ ଲୋକେ ଫେରିଲେ ଗାଁ ରେ ପ୍ରତିଷେଧକ ବ୍ୟବସ୍ଥା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି | ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲା ରେ ବାତ୍ୟା ର ପ୍ରବାବ ବେଶୀ ରହିବ ତେଣୁ ସେହି ଜିଲ୍ଲା ରେ ସ୍ଥାନାନ୍ତରିତ ପ୍ରକ୍ରିୟା ବେଶୀ ହେବ | 300 ରେସକ୍ୟୁ ଟିମ ର ସହଯୋଗ ସହ ଭୋଜନ ର ବ୍ୟବସ୍ଥା କରିବେ ଜିଲ୍ଲା ପ୍ରଶାସନ | ଜିଲ୍ଲା ପ୍ରଶାସନ କୁ ଅଧିକୃତ କରାଯାଇଛି ସମସ୍ତ ପ୍ରସ୍ତୁତି କରିବେ | ପାୱାର କଟ ର କୌଣସି ସୂଚନା ନାହିଁ | ନିକର ବର୍ତ୍ତୀ ଜିଲ୍ଲା ରୁ ଡେପୁଟେସନ ରେ ପ୍ରଭାବିତ ଜିଲ୍ଲା କୁ ଡାକ୍ତର ପଠାଯାଇଛି |