ବରଗଡ଼ / ସୁବାସ ଦୋରା : ଭୁଜାଲି ମାଡ଼ରେ ଯୁବକଙ୍କ ମୃତୁ । ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ସରସରା ଗ୍ରାମରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ ।ଏହା ନିର୍ବାଚନି ହିସାଂ କୁହା ଯାଉଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ଭୁଜାଲି ମାଡ଼ରେ ଉକ୍ତ ଗ୍ରାମର ବିଶ୍ୱନାଥ ମିର୍ଦ୍ଧା ଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ସେପଟେ ଛୁରାମାଡ ପରେ ଅଭିଯୁକ୍ତ ଫେରାର ହୋଇଥିବା ବେଳେ ବିଶ୍ୱନାଥ ଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ବରଗଡ଼ ସ୍ଥିତ ପୁରୁଣା ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି କ୍ଷ ତେବେ କେଉଁ କାରଣରୁ ହତ୍ୟାକାଣ୍ଡ ଘଟିଛି ତାହା ବର୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ସମ୍ବଲପୁର DIG ହିମାଂଶୁ ଲାଲ ଏବଂ ବରଗଡ଼ ଏସ. ପି ପ୍ରହଲ୍ଲାଦ ସାହାଇ ମିନା ପଂହଁଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଦ୍ୱିତୀୟ ପ୍ରଯ୍ୟାୟ ଭୋଟ ଚାଲିଥିବା ବେଳେ ରାଜନୈତିକ ହିଂସାକାଣ୍ଡ ହୋଇଥିବା ନେଇ ଅନୁମାନ କରାଯାଉଛି ।