ଆଇରନ ବୋଝେଇ ଟ୍ରକ ତଳେ ବାଇକ ଆରୋହିଙ୍କ ଚାଲିଗଲା ଜୀବନ

ପାରାଦୀପ/ପ୍ରଶାନ୍ତ କୁମାର ସ୍ଵାଇଁ:  ପାରାଦୀପ ରାଜରାସ୍ତା ରେ ଚାଲିଗଲା ଆଉ ଏକ ନିରୀହ ଜୀଵନ l ପାରାଦୀପ ରେ ବେଆଇନ ଭାବରେ ଆଇରନ ଟ୍ରକ ର ଧାଡିଭଙ୍ଗା ଓଭରଟେକିଙ୍ଗ କାରଣରୁ ପ୍ରତ୍ୟେକ ମାସରେ ଏକାଧିକ ଜୀଵନ ଚାଲିଯାଉଥିବା ବେଳେ ଅନେକ ଲୋକ ସଡ଼କ ଦୁର୍ଘଟଣା ରେ ପଙ୍ଗୁ ହୋଇ ନିଜ ପରିବାର ର ବୋଝ ପାଲଟିଛନ୍ତି l ଆଜି ଏହିଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କ ଛାତି ଥରାଇ ଦେଇଛି l ନିଜ କାର୍ଯ୍ୟସ୍ଥଳୀ କୁ ବାଇକ ଚଳାଇ ଆସୁଥିବା ଜଣେ ଯୁବକ ମୁଣ୍ଡ ଉପରେ ଚଢାଇ ଦେଇ ଆଇରନ ଟ୍ରକ ଟି ଫେରାର ହୋଇଯାଇଛି l ଯାହା ଫଳରେ ଯୁବକ ଟି କିଛି ସମୟ ଛଟପଟ ହୋଇ ରାଜରାସ୍ତା ରେ ପ୍ରାଣତ୍ୟାଗ କରିଥିଲେ ମଧ୍ୟ ଏଥିପ୍ରତି ଯେପରି କାହାର ନିଘା ନାହିଁ l ଦୁର୍ଘଟଣା ଘଟାଇ ଟ୍ରକ ଫେରାର ହୋଇଯିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳ ରେ ପହଞ୍ଚି ଯୁବକ କୁ ମେଡିକାଲ ପଠାଇଥିଲେ ମଧ୍ୟ ମୁଣ୍ଡ ଉପରେ ଟ୍ରକ ଚଢାଇଦେଇଥିବାରୁ ଯୁବକ ଙ୍କ ମୃତ୍ୟୁ ଘଟିଛି l ଯାହାକୁ ନେଇ ସ୍ଥାନୀୟ ପ୍ରଶାସନ କେବଳ ଆଇନ ଶୃଙ୍ଖଳା କୁ ଧ୍ୟାନ ଦେଉଥିବା ବେଳେ ଆଇରନ ଟ୍ରକ ଉପରେ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରିବାରେ ବିଫଳ ହେଉଥିବା ରୁ ଅନେକ ନିରୀହ ଜୀଵନ ଅକାଳରେ ରାଜରାସ୍ତା ରେ ଚାଲିଯାଉଛି l