ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର : ଆଗକୁ ରହିଛି ଲୋକସଭା ଓ ବିଧାନସଭା ନିର୍ବାଚନ। ଯାହାକୁ ଦୃଷ୍ଟିରେ ରଖି ବଡ଼ବିଲ ପୋଲିସ୍ ପକ୍ଷରୁ ଅଞ୍ଚଳରେ କଡାକଡି ଯାଞ୍ଚ୍ କରାଯାଉଥିବା ପରିଲକ୍ଷିତ ହୋଇଛି। ବଡ଼ବିଲ ଥାନା ବଡ଼ବିଲ ମୁଖ୍ୟ ପ୍ରବେଶ ପଥ କିରିବୁରୁ ଛକ ନିକଟରେ ବଡ଼ବିଲ ପୋଲିସ୍ ପକ୍ଷରୁ ଯାତାୟତ ସମସ୍ତ ଗାଡ଼ିକୁ ଅଟକାଇ କଡାକଡି ଯାଞ୍ଚ୍ କରାଯାଉଥିବା ଦେଖିବାକୁ ମିଳିଛି। କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଏକ ସୀମାନ୍ତ ଅଞ୍ଚଳ ହୋଇଥିବା ବେଳେ, ଏହାକୁ ଦୃଷ୍ଟିରେ ରଖି ବଡ଼ବିଲ ପୋଲିସ୍ ପକ୍ଷରୁ ଅଞ୍ଚଳରେ କଡାକଡି ଯାଞ୍ଚ୍ କରା ଯାଉଛି। ଶୃଙ୍ଖଳିତ ନିର୍ବାଚନ ପାଇଁ ଏଭଳି କଡାକଡି ଯାଞ୍ଚ କରାଯାଉଥିବା କୁହାଯାଉଛି ।