କଂଗ୍ରେସର ବିଭିନ୍ନ ପଦ ପଦବୀ ଛାଡିଲେ ବରିଷ୍ଠ ନେତା ସୁରେଶ ରାଉତରାୟ

ଭୁବନେଶ୍ୱର: କଂଗ୍ରେସର ବିଭିନ୍ନ ପଦ ପଦବୀ ଛାଡିଲେ ବରିଷ୍ଠ ନେତା ସୁରେଶ ରାଉତରାୟ । ପିଇସି ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ସେହିଭଳି ରାଜନୈତିକ ବ୍ୟାପାର ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଏକ ଚିଠି ଲେଖି ସୁର କହିଛନ୍ତି , ସାନପୁଅ ମନ୍ମଥଙ୍କୁ ମନା କଲେ ମଧ୍ୟ ସେ ବିଜେଡିରେ ସାମିଲ ହେଲେ । ଏହା ମୋ ସ୍ୱାଭିମାନ ଓ ଅନ୍ତରାତ୍ମକୁ ଅଧିକ ଆଘାତ ଦେଇଛି । ଏଣୁ ବିବେକ ଦୃଷ୍ଟିରୁ ସମସ୍ତ କମିଟି ରୁ ଇସ୍ତଫା ସେଉଥିବା କହିଛନ୍ତି ସୁର । ସମସ୍ତ କମିଟିରୁ ଇସ୍ତଫା ସେଲେ ମଧ୍ୟ ଦଳରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି ସୁର ରାଉତରାୟ ।