ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୬ନକ୍ସଲ

ମାଲକାନଗିରି: ପୋଲିସ – ମାଓବାଦୀ ଗୁଳି ବିନିମୟରେ ୬ ମାଓବାଦୀ ନିହତ । ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା ବାସାଗୁଡା ଜଙ୍ଗଲରେ ପୋଲିସ –ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ପୋଲିସ ଏନକାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ରହିଥିବା ସୂଚନା ରହିଛି ।ସିଆରପିଏଫ ଏବଂ ଡିଆରଜି ଜବାନଙ୍କ କୁମ୍ବିଙ୍ଗ ଅପରେସନ ବେଳେ ଏହି ସଫଳତା ମିଳିଥିବା କୁହାଯାଉଛି । ଅଧିକ ମୃତାହତ ନେଇ ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଥିବା କହିଛନ୍ତି ବିଜାପୁର ଏସପି ଜିତେନ୍ଦ୍ର କୁମାର ଯାଦବ ।