ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜୀୟୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ  କରିଛନ୍ତି କେନ୍ଦ୍ର ମନ୍ତ୍ରୀ ନିରଞ୍ଜନ ଜ୍ୟୋତି

ପୁରୀ;(ସଞ୍ଜୟ ମହାପାତ୍ର) :-ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜୀୟୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ  କରିଛନ୍ତି କେନ୍ଦ୍ର ମନ୍ତ୍ରୀ ନିରଞ୍ଜନ ଜ୍ୟୋତି ।ସିଂହଦ୍ଵାରରେ ତାଙ୍କୁ ବିଜେପି ନୟାଗଡ଼ ମହିଳା ମୋର୍ଚା ପ୍ରଭାରୀ ରଞ୍ଜିତା ଦାସ ଖଣ୍ଡୁଆ ଦେଇ ସ୍ବାଗତ କରିଥିଲେ । ଖାଦ୍ୟ ଉପଭୋକ୍ତା ମାମଲା,ସାର୍ବଜନୀକ ବିତରଣ ବିଭାଗର ମନ୍ତ୍ରୀ ଭାବରେ ରାଜ୍ୟ ପାହ୍ୟାରେ ଦାୟିତ୍ଵ ତୁଲାଉଛନ୍ତି ନିରଞ୍ଜନ ଜ୍ୟୋତି । ମହାପ୍ରଭୁଙ୍କ ଦର୍ଶନ ପରେ ଭାବ ବିହ୍ୱଳ ହୋଇ କହିଛନ୍ତି ଯେ ଶ୍ରୀମନ୍ଦିର ଭଳି ଭବ୍ୟ ଓ ପବିତ୍ର ସ୍ଥାନରୁ ଫେରିବାକୁ ଇଛା ନଥିଲେ ମଧ୍ୟ ଫେରିବାକୁ ପଡ଼ୁଛି ।ଏଥିସହିତ ଆସନ୍ତା ୨୨ ତାରିଖରେ ରାମ ଲାଳାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ଖୁସି ବ୍ୟକ୍ତ କରିବା ସହ ଏହି ଦିନ ସମସ୍ତ ଭାରତୀୟଙ୍କ ପାଇଁ ଦୀପାବଳି  ସଦୃଶ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି ।ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସୁରୁଖୁରୁରେ ହେଉ ବୋଲି ମହାପ୍ରଭୁଙ୍କୁ ପ୍ରାର୍ଥନା ମଧ୍ୟ କରିଥିବା କଥା କହିଛନ୍ତି ମନ୍ତ୍ରୀ । ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ହୋଇଥିବା ସୋନ୍ଦର୍ଯ୍ୟକରଣ କାର୍ଯ୍ୟର ମଧ୍ୟ ଖୁବ୍ ପ୍ରସଂଶା କରିଛନ୍ତି ।ଗତବର୍ଷ ମଧ୍ୟ ଦର୍ଶନ ପାଇଁ ଆସିଥିଲି ହେଲେ ଏବେ ବର୍ଷକ ମଧ୍ୟରେ ଶ୍ରୀମନ୍ଦିର ସମ୍ପୁର୍ଣ୍ଣ ନୂଆ ରୂପ ଓ ଭବ୍ୟତା ଦେଖି ଖୁବ୍ ଖୁସି ବୋଲି ସେ କହିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ଭାବରେ ମୋଦିଜୀ ଦାୟିତ୍ଵ ନେବାପରେ ଦେଶରେ ସମସ୍ତ ଅଦ୍ଧ୍ୟାତ୍ମିକ ପୀଠର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି ବୋଲି କହିଛନ୍ତି ସାଧ୍ୱୀ ନିରଞ୍ଜନ ଜ୍ୟୋତି ।ସେପଟେ ବିଜେପି ମହିଳା ମୋର୍ଚା ସହ ଏକ ବୈଠକରେ ମଧ୍ୟ ଯୋଗଦେବେ ମନ୍ତ୍ରୀ ନିରଞ୍ଜନ ଜ୍ୟୋତି । ମୋଦି ସରକାରଙ୍କ ଲକ୍ଷପତି ଦିଦି ଯୋଜନା ସମ୍ବଦ୍ଧରେ ମଧ୍ୟ ବିଭିନ୍ନ ମହିଳାଙ୍କ ସହ ଆଲୋଚନା କରିବେ । ସେପଟେ ଗତ କିଛିଦିନ ତଳେ ମନ୍ତ୍ରୀଙ୍କୁ ଅପହରଣ ପାଇଁ ଯୋଜନାକୁ ନେଇ ମଧ୍ଯ ପ୍ରତିକ୍ରିୟା ରଖିଛନ୍ତି ।ସେହି ସମୟରେ ଗାଡ଼ିରେ ସେ ନଥିବା କଥା ପ୍ରକାଶ କରିବା ସହ ଏ ବିଷୟରେ ଅଧିକ ତର୍ଜମା କରିବା ପୋଲିସର କାମ ବୋଲି କହିଛନ୍ତି ।