କେନ୍ଦୁଝର : କେନ୍ଦୁଝର କେ.ଜେ. ଏସ ଆଲୱାଲିଆ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ । ଆଜି ମଧ୍ୟାହ୍ନରେ ପ୍ଲାଣ୍ଟର ଇଣ୍ଡକ୍ସନ ଫର୍ଣ୍ଣେସରେ ପଙ୍କଚର ହୋଇ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି । ବିସ୍ଫୋରଣ ଯୋଗୁଁ ଇଣ୍ଡକ୍ସନ ଫର୍ଣ୍ଣେସରୁ ତରଳ ଧାତୁ ଛିଟିକି ପାଖରେ ଠିଆ ହୋଇଥିବା ଏକ ହାଇୱା ଉପରେ ପଡିଥିଲା । ଫଳରେ ହାଇୱାର ପଛଭାଗ ପୋଡି ଯାଇଥିା ସୂଚନା ମିଳିଛସି । ଦୁର୍ଘଟଣାରେ କେହି ମୃତହାତ ହୋଇନଥିବା କୁହାଯାଉଛି । ଏନେଇ ପ୍ଲାଣ୍ଟର ମାନବ ସମ୍ବଳ ଅଧିକାରୀ ଚାରୁ ଚନ୍ଦ୍ର ନାଏକ କହିଛନ୍ତି ।