ଦନ୍ତା ଘଉଡ଼ାଇବାକୁ ଯାଇ ଯୁବ ଚାଷୀ ଗୁରୁତର

ଟାଙ୍ଗୀ/ ରାକେଶ କୁମାର ଜଗଦେବ: ଦନ୍ତା ଘଉଡ଼ାଇବାକୁ ଯାଇ ଯୁବ ଚାଷୀ ଗୁରୁତର । ଗୁରୁତର ଚାଷୀଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି । ଗୁରୁତର ଚାଷୀ ହେଲେ ଟାଙ୍ଗୀ ବ୍ଲକ କୁଞ୍ଜୁରୀ ଗ୍ରାମର ଧନେଶ୍ଵର ପ୍ରଧାନ( ୨୭ ବର୍ଷ) । ସୂଚନା ଅନୁଯାୟୀ, ଗତ କାଲି ରାତିରେ ଧନେଶ୍ଵରଙ୍କ ବାଡ଼ି ପଟେ ଗୋଟିଏ ଦନ୍ତା ଧାନ ଅଖାରୁ ଧାନ ଖାଉଥିବା ବେଳେ ଦନ୍ତା କୁ ଘଉଡାଇବାକୁ ଚେଷ୍ଟା କରିବା ବେଳେ ଆକ୍ରମଣ କରିଥିଲା ଦନ୍ତା । ଧାନ ଅମଳ ସମୟ ହୋଇଥିବାରୁ ଧନେଶ୍ଵର ନିଜ ବାଡ଼ି ପଟେ ଧାନ ଅମଳ କରି ବସ୍ଥାରେ ଧାନ ରଖିଥିଲେ । ଧାନ ବାସ୍ନା ଶୁଙ୍ଘି ଦନ୍ତା ବାଡ଼ି ପଟରେ ଆସି ଧାନ ଖାଉଥିଲା । ହାତୀ ଧାନ ଖାଉଥିବା ଜାଣି ପାରି ହାତୀ ଘଉଡ଼ାଇଥିବା ବେଳେ ଧନେଶ୍ଵରଙ୍କୁ ହାତୀ ଆକ୍ରମଣ କରିଥିଲା । ତେବେ ଘଟଣା ସ୍ଥଳରେ ଅନ୍ୟମାନେ ପହଁଚି ବାରୁ ଦନ୍ତା ଧନେଶ୍ଵରଙ୍କୁ ଛାଡ଼ି ପଳାଇଥିଲା । ଧନେଶ୍ଵରଙ୍କର ଗୋଡ଼ ଓ ଛାତିରେ ଆଘାତ ଲାଗି ଥିବା ବେଳେ ତାଙ୍କର ବ୍ୟାପକ ଧାନ କ୍ଷୟ କ୍ଷତି ହୋଇଥିବା କୁହାଯାଉଛି । ଏଣୁ ସରକାରୀ ସହାୟତା ଲୋଡିଛନ୍ତି ଗୁରୁତର ଚାଷୀ ।