ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ଟୁକୁନା ଖୁରା/ନବରଙ୍ଗପୁର: ନବରଙ୍ଗପୁର ସଦର ମହକୁମା ସ୍ଥିତ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି।ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲଚନ ମିଶ୍ର ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ଗଣମାଧ୍ୟମ ବିଷୟରେ ଆଲୋଚନା କରାଯାଇଥିଲା।ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଭିତ୍ତିକ ଖବରକୁ ଲୋକଲୋଚନକୁ ଆଣି ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଛନ୍ତି।କିନ୍ତୁ ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ସମୟରେ ଆଜିର ଦିନରେ କିପରି ଖବର ପରିବେଷଣ କରିବେ ଏବଂ ଜଣେ ଗଣମାଧ୍ୟମ ପ୍ରତିନିଧିମାନେ ଗୋଟିଏ ଖବର ପରିବେଷଣ କରିବା ପୂର୍ବରୁ ନିଜେ ତର୍ଜମା କରିବା ଦରକାର ଯେ ଏହି ଖବର ଟିର କେତେ ସତ୍ୟତା ଅଛି।କିନ୍ତୁ ଆଜି କାଲି ଇଣ୍ଟରନେଟ ଦୁନିଆରେ ବେଳେ ବେଳେ ଭୁଲ ଖବର ପରିବେଷଣ କରାଯାଉଛି।ତେଣୁ ଜଣେ ଗଣମାଧ୍ୟମର ପ୍ରତିନିଧିର ଦାଇତ୍ଵ ରହିବା ଦରକାର ଯେ ସବୁବେଳେ ନିର୍ଭୁଲ ଖବର ପରିବେଷଣ କରିବାକୁ ଚେଷ୍ଟା କରନ୍ତୁ ବୋଲି ଜିଲ୍ଲାପାଳ ଏବଂ ଉପସ୍ଥିତ ସମସ୍ତ ଅଧିକାରୀ ମାନେ ମତ ରଖିଥିଲେ।ଜାତୀୟ ପ୍ରେସ ଦିବସରେ ସାମ୍ବାଦିକ ମାନେ ମଧ୍ୟ ସାମ୍ବାଦିକ ମାନଙ୍କ ସୁରକ୍ଷା ନେଇ ଏସପି ଏବଂ ଜିଲ୍ଲାପାଳ ଙ୍କୁ ଦାବି ରଖିଥିଲେ।ଏହି କାର୍ୟ୍ୟକ୍ରମ ରେ ଜିଲ୍ଲା ଯୁବ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା,ଜିଲ୍ଲା ସାଂସ୍କୃତିକ ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ, ସିନିୟର ସିଟିଜେନ ସଭାପତି,ଭଦ୍ର ବ୍ୟକ୍ତି ଏବଂ ଜିଲ୍ଲାର ପ୍ରତ୍ୟେକ ବ୍ଲକର ବିଭିନ୍ନ ଖବରକାଗଜ ଏବଂ ଟିଭି ମିଡ଼ିଆ ଗଣ ମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।