୬ବର୍ଷ ପରେ ପୁଣି ଥରେ ମିଶନରେ ବାହାରିଛନ୍ତି ଟାଇଗର ।ପୁଣି ଜମିବ ଟାଇଗର ଜୋୟାଙ୍କ ଯୋଡି । ଦମଦାର ଲୁକ ଓ ଆକ୍ସନ ସହ ରିଲିଜ ହୋଇଛି ଟାଇଗର-୩ ଟିଜର । ଆସନ୍ତା ଦୀପାବଳୀରେ ବକ୍ସ ଅଫିସକୁ ଆସିବ ଟାଇଗର-୩ ।
ଖବର ଅନୁଯାୟୀ, ୨୦୧୨ରେ ୟଶରାଜ ଫିଲ୍ମ ପ୍ରଯୋଜନା ସଂସ୍ଥାର ପ୍ରଥମ ଥର ପାଇଁ ଆସିଥିଲା Ek Tha Tiger । ଯାହାକି ସେହି ବର୍ଷର ସବୁଠୁ ବଡ଼ ହିଟ୍ ଫିଲ୍ମ ଥିଲା । ଜଣେ ଗୁଇନ୍ଦା ଏଜେଣ୍ଟଙ୍କ ଦେଶ ପାଇଁ କର୍ତ୍ତବ୍ୟ ଏବଂ ଲଭ ଷ୍ଟୋରୀ ବିଷୟରେ ଫିଲ୍ମରେ ଚିତ୍ରଣ ହୋଇଥିଲା । ଯାହାକି ଦର୍ଶକଙ୍କୁ ଖୁବ୍ ପସନ୍ଦ ମଧ୍ୟ ଆସିଥିଲା । ସଲ୍ମାନ ଖାନ୍ ଏବଂ କ୍ୟାଟ୍ରିନ୍ କେଫ୍ଙ୍କ ଯୋଡି ଧମାଲ ମଚାଇଥିଲା । ଏହାପରେ ୨୦୧୭ରେ ଟାଇଗର ସିରିଜ୍ ଆସିଲା ୨ୟ ପ୍ରାଞ୍ଚାଇଜ । ଟାଇଗର ଜିନ୍ଦା ହେ ନାମରେ ଆସିଲା ଫିଲ୍ମ । ଏଥିରେ ବି ସଲମାନ ଓ କ୍ୟାଟ୍ରିନାଙ୍କ ଯୋଡିକୁ ଦେଖିବାକୁ ମିଳିଥିଲା । ବକ୍ସ ଅଫିସରେ ବି କରିଥିଲା ଭଲ ବ୍ୟବସାୟ । ନିଜ ପୂର୍ବ ପ୍ରାଞ୍ଚାଇଜ୍ର ରେକର୍ଡ ଭାଙ୍ଗିଥିଲା ଏହି ଫିଲ୍ମ । ଜଣେ ଏଜେଣ୍ଟ ଚାକିରି ଛାଡିବା ପରେ କିପରି ଦେଶ ପାଇଁ ନିଜ ସେବା ଜାରି ରଖୁଛି ଏବଂ ଇରାଜରେ ଫସିଥିବା ଭାରତୀୟ ନର୍ସମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।
ଶେଷରେ ଏବେ ରିଲିଜ୍ ହୋଇଛି ଟାଇଗର-୩ର ଟିଜର । ଆଉ ଫିଲ୍ମରେ ସବୁଠୁ ହାଇଲାଇଟ୍ ହେଉଛି ସଲମାନଙ୍କ ଡାଇଲଗ.. ଜବ୍ ତକ୍ ଟାଇଗର ମରା ନେହିଁ , ତବ୍ ତକ୍ ଟାଇଗର ହରା ନେହିଁ… । ଫିଲ୍ମକୁ ଆଗାମୀ ଦୀପାବଳିରେ ରିଲିଜ୍ ହେବା ପାଇଁ ପ୍ରଯୋଜନା ସଂସ୍ଥା ସ୍ଥିର କରିଛି । ତେବେ ସଲମାନ ଓ କ୍ୟାଟ୍ରିନାଙ୍କ ବ୍ୟତୀତ ଇମ୍ରାନ୍ ହାସ୍ମୀ, ଆଶତୋଷ ରାଣା, ରିଦ୍ଧି ଡୋଗ୍ରା, ରଣଭୀର ସୋରେଙ୍କ ଦେଖିବାକୁ ମିଳିବ । ଫିଲ୍ମ ପାଇଁ ବଜେଟ୍ ୫୮୦ କୋଟି ଟଙ୍କା ରଖାଯାଇଛି । ଯାହାର ନିର୍ଦ୍ଦେଶନା ମନୀଷ ଶର୍ମା ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ପ୍ରୀତମ୍ ।