ବିରୋଧୀ ଦଳ ନେତା ଓ ପରେ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ଗୁରୁତ୍ୱ ମିଳିବ ବୋଲି ଆଲୋଚନା ହୋଇଥିଲା; ହେଲେ ତାହା ଦେଖିବାକୁ ମିଳୁ ନାହିଁ;କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର
ଭୁବନେଶ୍ୱର;ସର୍ବଦଳୀୟ ବୈଠକରେ ପ୍ରଥମେ ବିରୋଧୀ ଦଳ ନେତା ଓ ପରେ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ଗୁରୁତ୍ୱ ମିଳିବ ବୋଲି ଆଲୋଚନା ହୋଇଥିଲା । ହେଲେ ତାହା ଦେଖିବାକୁ ମିଳୁ ନାହିଁ । ବିରୋଧୀଙ୍କୁ ସରକାର ଭୟ କରୁଛନ୍ତି । ତେଣୁ ଦୁଇ ଦିନ ହେଲାଣି ମୋତେ କହିବାକୁ ସୁଯୋଗ ଦେଉ ନାହାନ୍ତି । ଏହା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଆଜି ବିଜେପି ଓ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସ୍ୱାଧିକାର ଭଙ୍ଗ ନୋଟିସ ଆଣିଥିଲେ । ବିଜେପି ଯାହା ଆଣିଛି ତାହା ତାଙ୍କ ହିସାବରେ ଠିକ୍ । । କଂଗ୍ରେସ ମଧ୍ୟ ଠିକ୍ କଥା ଆଣିଛି । ଉଭୟ ସ୍ୱାଧିକାର ଭଙ୍ଗକୁ ତର୍ଜମା କରିବା କଥା । କିନ୍ତୁ ତାହା କରାଗଲା ନାହିଁ । ଯେଉଁ ମୁଖ୍ୟମନ୍ତ୍ରୀ ଜନ ବିରୋଧୀ ସେ ବିରୋଧୀଙ୍କୁ ଜନ ବିରୋଧୀ କହିବା ଠିକ୍ ନୁହଁ । ରାଜ୍ୟରେ ଗଣତନ୍ତ୍ର ହତ୍ୟା କଥା କହିଲେ ସରକାରଙ୍କୁ ବାଧୁଛି । ତାମାନେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଓ ବିଧାୟକଙ୍କୁ ଗୁମାସ୍ତା ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକି ଦୁର୍ଭାଗ୍ୟ ଜନକ। ଗଣତନ୍ତ୍ର ବୋଲି ରାଜ୍ୟରେ କିଛି ନାହିଁ । ମନ୍ତ୍ରୀ ଓ ବିଧାୟକ ଛିଡା ହୋଇଥିଲା ବେଳେ ଗୁମାସ୍ତା ବସି ପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ଏହା ନିର୍ଦ୍ଦେଶ ଦେଇଥିବା କହୁଛନ୍ତି । ରାଜ୍ୟରେ ଗଣତନ୍ତ୍ର ଶାସନ ନାହିଁ ବୋଲି କହିଲେ ତାକୁ ଗ୍ରହଣ କରାଯାଉ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।