ସମ୍ବଲପୁର: ପୁଣି ଖୋଲିଲା ହିରାକୁଦ ଜଳଭଣ୍ଡାରର ଗେଟ୍ । । ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ ଖୋଲାଯାଇଛି । ମୋଟ ୨୨ ଗେଟ ଦେଇ କରାଯାଉଛି ବନ୍ୟାଜଳ ନିଷ୍କାସିତ । ବର୍ତ୍ତମାନ ବାମ ପାଶ୍ୱର୍ର ୧୪ ଓ ଡାହାଣ ପାଶ୍ୱର୍ର ୮ ଗେଟ ଖୋଲା ଯାଇ ଜଳ ଛଡାଯାଉଥିବା କୁହାଯାଉଛି । ତେବେ ହୀରକୁଦ ଜଳ ଭଣ୍ଡାରରେ ୬୨୯.୫୬ ଫୁଟରେ ପହଞ୍ଚିଛି ଜଳସ୍ତର ।ସୂଚନା ଅନୁଯାୟୀ, ଆଜି ସକାଳେ ୧୦ ଟି ଗେଟ ଖୋଲାଯାଇଥିଲା । ଏବେ ପୁଣି ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ହୋଇଛି । ଏପରି ବର୍ଷା ଜାରି ରହିଲେ ଆଗକୁ ଆହୁରି ଗେଟ ଖୋଲା ଯାଇପାରେ ବୋଲି କୁହାଯାଉଛି । ଅପରପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା ।