ମୁଖ୍ୟ ସଚିବଙ୍କୁ ଡେଙ୍ଗୁ;ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡ଼ାକ୍ତର ଏଲ ଡି ସାହୁଙ୍କ ସୂଚନା

ଭୁବନେଶ୍ୱର;ଡେଙ୍ଗୁରେ ଆକ୍ରାନ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା । ଏବେ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଡେଙ୍ଗୁ ଜ୍ୱରରେ ପଡୀତ ହୋଇ ସେ କ୍ୟାପିଟାଲରେ ଭର୍ତ୍ତି  ହୋଇଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଏଲ ଡି ସାହୁ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଧିରେ ଧିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସୁଛି ବୋଲି ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡ଼ାକ୍ତର ଏଲ ଡି ସାହୁ । ସେଠାରେ ଶ୍ରୀ ଜେନା ଦିନେ ଦୁଇଦିନ ରହି ପାରନ୍ତି । ହସ୍ପିଟାଲ ଯାଇ ଶ୍ରୀ ଜେନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି ବିଡ଼ିଏ ଭାଇସ ଚେୟାରମ୍ୟାନ ବଲବନ୍ତ୍ ସିଂ ଓ ଖୋର୍ଦ୍ଧା ଜିଲ୍ଲାପାଳ ।