ଯାଜପୁର: ଦିନ କୁ ଦିନ ରୋଗର ପ୍ରଭାବ ଓ ପ୍ରକାର ବଢ଼ିବାରେ ଲାଗିଛି l ପୂର୍ବରୁ ରୋଗ ଗୁଡ଼ିକର କାରଣ ଚିହ୍ନଟ ହୋଇ ପାରୁ ନ ଥିବା ବେଳେ ବିଭିନ୍ନ ରୋଗରେ ଖୁବ୍ କମ୍ ବୟସରେ ରୋଗୀ ମୃତ୍ୟୁ ବରଣ କରୁଥିଲେ l ଜଦିଓ ରକ୍ତ ଜନିତ ରୋଗକୁ ପ୍ରତିରୋଧ କରାଯାଇ ପାରିବ ନାହିଁ କିନ୍ତୁ ତାଙ୍କ ଆୟୁଷ ବଢାଇବା ନିମନ୍ତେ ଆମକୁ ଲଢେଇ କରିବାକୁ ପଡ଼ିବ l ଅନୋମିଆ, ଥାଇଲେ, ଶୀମିଆ ଓ ହୋମୋ ଫିଲିଆ ସାଧାରଣତଃ ରକ୍ତ ଜନିତ ରୋଗ ଭାବରେ ଜଣା ଯାଇଥାଏ l ଏହି ରୋଗ ରକ୍ତର ମହତ୍ତ୍ଵକୁ ଗୁରୁତ୍ୱ ଭାବରେ ଗ୍ରହଣ କରିଥାଏ l
ଏନୋମିଆ ରକ୍ତ ଅଭାବ ଥାଇଲେଶୀମିଆ ହିମୋଗ୍ଲୋବିନ ଅଭାବ ଓ ହିମୋ ଫେଲିଆ ଆପାତରେ ରକ୍ତ ସ୍ରାବକୁ ବୃଦ୍ଧି କରିଥାଏ l ଏହି ରୋଗ ଅନେକାଂଶରେ ଦେଖା ଦେଉଥିବାରୁ ବର୍ତ୍ତମାନ ର ଛାତ୍ର ଛାତ୍ରୀ ବା ଯୁବ ପୀଢ଼ି ବହୁ ମାତ୍ରାରେ ରକ୍ତ ଦାନ କରିବାକୁ ଆଶା ପ୍ରକଟ କରିଛନ୍ତି l
ତେଣୁ ଜଣେ ଉତ୍ତମ ଛାତ୍ର ଭାବରେ ବହୁତ ବଡ ଭୂମିକା ଗ୍ରହଣ କରିଛନ୍ତି ତଲଗଡ ପଞ୍ଚାୟତର ସରପଞ୍ଚଙ୍କ ପୁଅ ସତ୍ୟମ୍ ସ୍ଵାଇଁ l ସତ୍ୟମ୍ ଆଜି ତାଙ୍କ ଜନ୍ମ ଦିନରେ ସମସ୍ତ ସାଙ୍ଗ ସାଥିଙ୍କୁ ନେଇ ଏହି ରୋଗୀ ମାନଙ୍କ ଉଦ୍ଦେଶ୍ୟରେ ରକ୍ତ ଅଭାବକୁ ଦୂର କରିବା ପାଇଁ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ରକ୍ତ ଭଣ୍ଡାରରେ ଏକ ରକ୍ତ ଦାନ ଶିବିର ଆୟୋଜନ କରିଥିଲେ l
ଏଥିରେ ଯୁବ ସମାଜ ସେବୀ ରାଜେଶ ରାଉତ୍ ଓ ମେଡ଼ିକାଲ କର୍ତୁପକ୍ଷ ସମ୍ପୂର୍ଣ ସହଯୋଗ କରିଥିଲେ l ଜନ୍ମ ଦିନରେ ରକ୍ତଦାନ କରି ଉତ୍ସର୍ଗ କରି ଖୁସି ଅନୁଭବ କରିଥିଲେ l ଆଜିର ସମାଜରେ କୌଣସି ମେଡ଼ିକାଲରେ କୌଣସି ରୋଗୀ ରକ୍ତ ପାଇଁ ନ ଫେରନ୍ତୁ ସେଥିପାଇଁ ସେ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଓ କର୍ମଚାରୀଙ୍କୁ ଅନୁରୋଧ କରିବା ସହ,କେବଳ ଯାଜପୁର ନୁହେଁ ସମଗ୍ର ଓଡ଼ିଶାରେ ରକ୍ତଦାତା ମାନେ ରକ୍ତ ଦାନ କରିବା ପାଇଁ ଆଗେଇ ଆସନ୍ତୁ ବୋଲି ଅନୁରୋଧ କରିଛନ୍ତି l