ଭୁବନେଶ୍ୱର(ସରୋଜ ରାଉତ):-୩ଦିନ ହେବ ନିଖୋଜ ମୃତ୍ୟୁଞ୍ଜୟ ମହାପାତ୍ର । ଫ୍ଲିପକାର୍ଟରେ ଡେଲିଭରୀ ବୟ କାମ କରନ୍ତି ମୃତ୍ୟୁଞ୍ଜୟ । ଗତ ଶୁକ୍ରବାର ସକାଳ ୧୦ଟା ରୁ ଠାରୁ ଡେଲିଭରୀ ଦେବାକୁ ଯିବା ପରେ ଆଉ ଫେରିନାହାନ୍ତି ମୃତ୍ୟୁଞ୍ଜୟ । ଘର ଡ଼ୁମଡ଼ୁମା ହାଉସିଂ ବୋର୍ଡ କଲୋନୀ ଫେଜ ୨ ରେ ସପରିବାରରେ ରୁହନ୍ତି ଏହି ଯୁବକ ବୟସ ୨୪ । ନିଖୋଜ ହେବା ପରେ ପରିବାର ଲୋକ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଯଦି ମୃତ୍ୟୁଞ୍ଜୟଙ୍କ ବିଷୟରେ କୌଣସି ବ୍ୟକ୍ତି ଖବରପାନ୍ତି ତେବେ ୮୩୨୮୯୬୯୮୦୭ ନମ୍ବରରେ ଯୋଗାଯୋଗ କରିବାକୁ ପରିବାରଲୋକ ନିବେଦନ କରିଛନ୍ତି ।