ବେଗୁନିଆ/ଶେଖ୍ ଅନୁଅର୍ ଅଲ୍ଲୀ : ବେଗୁନିଆ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କଲା ପ୍ରାଥମିକ ଶିକ୍ଷକ ସଂଘ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ଅନ୍ତର୍ଗତ ବେଗୁନିଆରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ମାନେ ଆଜି ଏକତ୍ରିତ ହୋଇ ବେଗୁନିଆ ଦୂର୍ଗା ମଣ୍ଡପ ପଡ଼ିଆରୁ ଏକ ବିରାଟ ଶୋଭଯାତ୍ରାରେ ବେଗୁନିଆ ବ୍ଲକ୍ ଶିକ୍ଷକ ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଆସିଥିଲେ। ଏବଂ ଚାରି ଦଫା ସମ୍ବଳିତ ଏକ ଦାବିପତ୍ର ବେଗୁନିଆ ଶିକ୍ଷା ଅଧିକାରୀ ଙ୍କୁ ପ୍ରଦାନ କରିଥିଲେ। କିଭଳି ଶିକ୍ଷକ ମାନଙ୍କ ଦରମା ଅସଂଗଠିତ ଦୂର ଓ ପୁରୁଣା ପେନସନ ଲାଗୁଭଳି ଚାରି ଦଫା ଦାବି ପତ୍ର ବେଗୁନିଆ ଶିକ୍ଷା ଅଧିକାରୀ ଙ୍କୁ ପ୍ରଦାନ କରିଥିଲେ। ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପ୍ରାଥମିକ ଶିକ୍ଷକ ମାନଙ୍କୁ ଅବହେଳା କରାଯାଉଛି ଏବଂ ତାଙ୍କ ଦାବିକୁ ତୁରନ୍ତ ଶୁଣିବା ପାଇଁ ବ୍ଲକ୍ ଶିକ୍ଷା ଅଧିକାରୀ ଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ବେଗୁନିଆ ପ୍ରାଥମିକ ଶିକ୍ଷକ ସଂଘ।