ଘଷିପୁରା: ଟମାଟୋ ଦର ଏବେ ଆକାଶଛୁଆଁ । ଟମାଟୋକୁ ନେଇ ହୋଇଛି ଛୁରାମାଡ । ଏ କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏପରି କିଛି ଘଟିଛି ଘଷିପୁରାରେ ।ଏହି ଘଟଣା ଘଟିବା ପରେ ସ୍ଥାନିୟ ଅଞ୍ଚଳରେ ବେଶ ରୋଚକ ପରିସ୍ଥିତି ସୃଷ୍ଟି କରିଛି । ସୂଚନା ମୂତାବକ ଘଷିପୁରା ଥାନା ବାଲିପାଳ ସାପ୍ତାହିକ ହାଟରେ ଗତକାଲି ସନ୍ଧ୍ୟାରେ ବିଲାତି କିଣା ବିକାକୁ ନେଇ ତୁମୁଳ କାଣ୍ତ ଘଟିଛି।
ପରିବା ଦୋକାନି ଛୁରା ମାଡରେ ହାଟ ଝାଡୁଦାର କେଶଦୁରାପାଳ ଗ୍ରାମର ଦିଲ୍ଲିପ ମୂଖି ଗୁରୁତର ଆହତ ହୋଇ ଥିବା ବେଳେ ଅଭିଜିତ ବିନ୍ଧାଣୀ ନାମକ ଯୁବକ ଆହତ ହୋଇ ଆନନ୍ଦପୁର ଊପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଘଷିପୁରା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣା ସମ୍ପର୍କରେ ଛାନଭିନ୍ କରି ଅଭିଯୁକ୍ତକୁ ଧରିବାକୁ ଖୋଳତାଡ ଜାରି ରଖିଥିବା ଜଣାପଡିଛି ।