ଭୋଗ କଭର୍ ପେଜରେ ସାରାଙ୍କ ନୂଆ ଲୁକ୍

 

ମୁମ୍ବାଇ :  ଅଭିନେତ୍ରୀ ସାରା ଅଲି ଖାଁ ବଲିଉଡ ଜଗତର ଆଗଧାଡିର ନାୟିକା । ସାରା ତାଙ୍କ ମୁଭି ‘କେଦାରନାଥ’ ଡେବ୍ୟୁ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ । ଏହି ମୁଭିରେ ତାଙ୍କର ପରଫରମାନ୍ସ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ବର୍ତ୍ତମାନ ସାରା ତାଙ୍କ ପ୍ରଶସଂକ ହୃଦୟରେ ରାଜ କରୁଛନ୍ତି । ନିକଟରେ ସାରାଙ୍କୁ ନୂଆ ଲୁକରେ ଦେଖିବାକୁ ମିଳିଛି । ଏହି ନୂଆ ଲୁକ ନିକଟରେ ସାରାଙ୍କୁ ‘ ଭୋଗ’ ର କଭର ପେଜରେ ଦେଖିବାକୁ ମିଳିଥିଲା । ସାରା ସବୁଦିନ କିଛି ନା କିଛି ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ସେ ତାଙ୍କ ନୂଆ ଲୁକ ପାଇଁ ଚର୍ଚ୍ଚାରେ ଅଛନ୍ତି । ଏହି ଲୁକରେ ସାରା ଗ୍ରୀନ ଆଉଟ୍ଫିଟ ଓ ମଥାରେ ବିନ୍ଦି ଲଗାଇଥିବା ଦେଖିବାକୁ ମିଳିଛି । ସାରାଙ୍କ ଏହି ଲୁକ୍କୁ ନେଇ ଦର୍ଶକ ପ୍ରସଂଶକ ଖୁବ୍ ପସନ୍ଦ କରିଛନ୍ତି । ଆଉକେତେ ଜଣ ସାରାଙ୍କୁ ଟ୍ରୋଲ ବି କରୁଛନ୍ତି । ଏହି ଫୋଟକୁ ଭୋଗ ତା’ର ଇନଷ୍ଟାଗ୍ରାମ ହ୍ୟାଣ୍ଟେଲରେ ସ୍ୟୋର କରିଛି । ଏବେ ଏହାକୁ ଦେଖି କେତେଜଣ ଅଭିନେତ୍ରୀଙ୍କୁ ତାରିଫ କରୁଥିବା ବେଳେ କେତେଜଣଙ୍କୁ ତାଙ୍କ ଏକ୍ସେପ୍ରଶନ ଓ ଡ୍ରେସ ପସନ୍ଦ ଆସିନାହିଁ । ଅଭିନେତ୍ରୀ ଭୋଗ ଇଣ୍ଡିଆକୁ ଦେଇଥିବା ସର୍ଟ ଇଣ୍ଟରଭ୍ୟୁରେ କହିଛନ୍ତି ।‘ ମୁଁ କୌଣସି ଡିଜାଇନର ପୋଷାକ ଅପେକ୍ଷା ଅଧିକ ଗର୍ବର ସହିତ ମୋର ସଚ୍ଚୋଟତାକୁ ପିନ୍ଧିଥାଏ,। ସାରା ନିଜର ମନ୍ତ୍ୟବ ରଖିଛନ୍ତି ।