ବ୍ୟୁର:ଆଜିକାଲିର ସମସ୍ତଙ୍କ ମଧ୍ୟରେ ଏହି ସମସ୍ୟା ଦେଖାଏ । ଦିନକୁ ଦିନ କେଶ ଝଡିବା ସମସ୍ୟା ବଢିବାକୁ ଲାଗିଛି । ସେଥିପାଇଁ ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ । ରାତିରେ କେଶ ଖୋଲିକି ଶୋଇବା ଦ୍ୱାରା କେଶ ଝଡିଥାଏ ଓ ଅନ୍ୟ ସମସ୍ୟା ଦେଖାଏ । ତେବେ ରାତିରେ ଶୋଇବା ଆଗରୁ କେଶ ବାନ୍ଧିକି ଶୋଇବା ବା ଖୋଲିକି ଶୋଇବା ଦରକାର । ଏହାକୁ ନେଇ ଯୁବତୀ ମାନେ ଦ୍ୱନ୍ଦ୍ୱରେ ଥାନ୍ତି । ରାତିରେ ଶୋଇବା ଆଗରୁ କେଶ କିଭଳି ଯତ୍ନ ନେବା ଦରକାର ।
କେଶକୁ ଖୋଲି ଶୋଇବା ଦ୍ୱାରା କେଶ ଶୁଷ୍କ ଓ ରୁକ୍ଷ ହୋଇଯାଏ । ଖୋଲା କେଶରେ ଆର୍ଦ୍ରତା ରହି ନ ଥାଏ । ସେଥିପାଇଁ ପ୍ରଥମେ ଶୋଇବା ପୂର୍ବରୁ ଭଲଭାବେ କେଶ କୁଣ୍ଡାଇବା ଆବଶ୍ୟକ । ଏହା ଦ୍ୱାରା କେଶ ଝଟି ହୋଇନଥାଏ । ରାତିରେ ଶୋଇବା ପୂର୍ବରୁ କେଶକୁ ସାଟନ କପଡାରେ ବାନ୍ଧିବା ଉଚିତ । ତେବେ କେଶ ମୂଳକୁ ଜୋରରେ ବାନ୍ଧିବା ଅନୁଚିତ । ମୁଣ୍ଡ କୁଣ୍ଡାଇବା ପରେ କେଶକୁ ଢିଲା ବାନ୍ଧିବା ରେ ଯତ୍ନବାନ ହୁଅନ୍ତୁ । ରାତିରେ କେଶକୁ ବାନ୍ଧି ଶୋଇବା ଆବଶ୍ୟକ । ଏହା ଦ୍ୱାରା କେଶ ଅଧିକ ଝଡିନଥାଏ ।