ମହାମହିମ ରାଷ୍ଟ୍ରପତିଙ୍କ ସ୍ବାମୀ ଶ୍ୟାମ ଚରଣଙ୍କ ନବମ ଶ୍ରାଦ୍ଧ ବାର୍ଷିକ ଧୂମଧାମରେ ପାଳିତ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ:   ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସ୍ଵାମୀ ସ୍ୱର୍ଗତ ଶ୍ଯାମ ଚରଣ ମୁର୍ମୁ ଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ସମାରୋହ ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର ପାହାଡପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l ସ୍ୱର୍ଗତ ଶ୍ଯାମ ଚରଣ ମୁର୍ମୁ ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ପାହାଡପୁର ଗାଁ ରେ ତା ୧/୪/୧୯୫୮ ରିଖ ଜନ୍ମ ଗ୍ରହଣ କରିଥିବା ବେଳେ ତା  ୧/୮/୨୦୧୪ ରିଖ ଦିନ ତାଙ୍କ ପରଲୋକ ଘଟିଥିଲା l ସେ ଜଣେ ବ୍ୟାଙ୍କର ଦକ୍ଷ ଅଧିକାରୀ, ମିଷ୍ଟଭାଷୀ, ପରୋପକାରୀ, ସମାଜସେବୀ ଥିଲେ  । ଆଜି ତାଙ୍କ ଶ୍ରାଦ୍ଧ ବାର୍ଷିକ  ଥିଲାl । ମହାମହିମ ରାଷ୍ଟ୍ରପତିଙ୍କ ସ୍ବାମୀ ଏବଂ ଦୁଇ ପୁଅଙ୍କ ଅକାଳ ବିୟୋଗରେ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ପାହାଡପୁର ଗ୍ରାମର ଘରବାଡିକୁ (ଶ୍ଯାମ,ଲକ୍ଷ୍ମଣ,ସିପୁନ SLS) ଟ୍ରଷ୍ଟ ଗଠନ କରି ଟ୍ରଷ୍ଟକୁ ହସ୍ତାନ୍ତର କରିଛନ୍ତି । ସେଠାରେ ବିଦ୍ୟାଳୟ ସମେତ ସ୍ବାମୀ ଓ ଦୁଇପୁତ୍ରଙ୍କ ସମାଧି ପୀଠ କରିଛନ୍ତି । ସ୍ବର୍ଗତ ଶ୍ଯାମ ବାବୁଙ୍କ ୯ ମ ଶ୍ରାଦ୍ଧବାର୍ଷିକୀ  ପାହାଡପୁର ସ୍ଥିତ ବାସଭବନ ତଥା ରୂପାନ୍ତରିତ ହୋଇଥିବା SLS ସ୍ମାରକୀ ଆବାସିକ ବିଦ୍ୟାଳୟ ଠାରେ  କମିଟି ତରଫରୁ ଆୟୋଜନ କରାଯାଇଥିଲା l ତାଙ୍କ ପ୍ରତିମୂର୍ତ୍ତି ଠାରେ  ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା  ଏସ ଏବଂ ଏସ ଟ୍ରଷ୍ଟରେ ଉପସଭାପତି ମୁନା ପ୍ରତିହାରୀ ରାଷ୍ଟ୍ରପତି ଙ୍କ ଭାଇ ତରଣୀ ସେନ ଟୁଡୁ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ଯଶିପୁର ବିଧାୟକ ଗଣେଶ ରାମ ଖୁଣ୍ଟିଆ,ବିଜେପି ଏହି ମୋର୍ଚା ଜିଲ୍ଲା ସଭାପତି କିଶୋର ରଜକ  ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଛାତ୍ରଛାତ୍ରୀ , ଅଭିଭାବକ ପ୍ରମୁଖ ଯୋଗ ଦେଇ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l