ନିର୍ମାଣଧିନ ବ୍ରିଜ ଭୁଶୁଡ଼ି ୫ ମୃତ

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ର ଉପରସଯା ଗାଁ ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ଧିନ ଥିବା ବ୍ରିଜ ଟି ଭୁଶୁଡ଼ି ୪ ଜଣ ଶିଶୁ ଓ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଯାଇଛି ।
ସୂଚନା ଅନୁଯାୟୀ ଆଜି ସକାଳ ୮ ବେଳେ ଗାଧେଇ ବା ସମୟରେ ନିର୍ମାଣଧୀନ ବ୍ରିଜ ର ସେଣ୍ଟରିଙ୍ଗ କାଠ ଭୁଶୁଡ଼ି ପଡ଼ି ଥିଲା । କାଠ ତଳେ ଚାପି ହୋଇ ୫ ଜଣଙ୍କ ର ଘଟଣା ସ୍ଥଳ ରେ ମୃତ୍ୟୁ ହୋଇଛି । ତିନି ମାସ ହେବ କାର୍ଯ୍ୟ ଟି ଠିକାଦାର ଶେଷ କରିନଥିବା ବେଳେ ଅତି ନିମ୍ନ ମାନ ର କାର୍ୟ୍ୟ କରାଯାଉଥିବା ଲୋକ ମାନେ ଅଭିଯୋଗ କରିଛନ୍ତି । ଏହା ସହ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଠିକ ଭାବେ ତଦାରଖ କରୁନଥିବା ,ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଘଟନା ର ତଦନ୍ତ କରି ଦୋଷୀ ବିରୋଧ ରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି । ଲୋକେ ଘଟଣା ସ୍ଥଳ ରେ ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା,ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନଦ ଶର୍ମା, ସ୍ଥାନୀୟ ତହସିଲଦାର, ବି ଡି ଓ,ଥାନା ଅଧିକାରୀ ପହଞ୍ଚି ମୃତ ବ୍ୟକ୍ତି ଙ୍କ ପାରିବାର ବର୍ଗଙ୍କୁ ସମବେଦନା ଜଣେଇ ବା ସହ ଦୋଷୀ ବିରୁଦ୍ଧ ରେ ଆଇନ ଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।