ଗଞ୍ଜାମ ଜିଲ୍ଲା/ରଜନୀକାନ୍ତ ପାତ୍ର: ଟେଲିଫୋନ ଟାୱାର ବ୍ୟାଟେରି ଚୋରି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ସୂଚନା ଅନୁଯାୟୀ, ହିଂଜିଳି ଥାନା ରାମଚନ୍ଦ୍ର ପୁରୁଗ୍ରାମ ନିକଟସ୍ଥଏକ ଟେଲି ଫୋନ ଟାୱାର ରୁ ୨୪ ତାରିଖ ବିଳମ୍ବ ରାତ୍ରିରେ ବ୍ୟାଟେରି ଚୋରୀ ହୋଇଥିଲା । ଏନେଇ ବିଶ୍ଵନାଥ ସ୍ୱାଇଁ ହିଂଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ମାମଲାରେ ପୋଲିସ ତଦନ୍ତ କରି ତିନି ଜଣଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ କଣିବା ଅଭିଯୋଗରେ ଏକ କବାଡିଆକୁ ମଧ୍ୟ ଗିରଫ କରାଯାଇଥିବା ହିଂଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।
ଗିରଫ ଲୁଟରା ମାନେ ସୋରଡା ଥାନା ଅନ୍ତର୍ଗତ ତଟବଲି ସୁଚିତ୍ର ପାଣିଗ୍ରାହୀ, ଆସିକା ଥାନା ଖଣ୍ଡ ଦୌଳିର କିଷାନ ସ୍ୱାଇଁ, ବ୍ରହ୍ମପୁର ବଡ଼ ବଜାର ଥାନା ରଂଗୁଣି ବନ୍ଦ ସାହିର ନିତ୍ୟନଦ ନାୟକ ଓ କବାଡୀ ମାଲିକ ବୋଲି ଜଣାପଡିଛି । ବ୍ରହ୍ମପୁର ସଦର ଥାନା ରତ୍ନପୁରୁ ଗ୍ରାମର ରାମ ଦାସ ଗୁପ୍ତା ଲୁଟରଙ୍କ ପାଖରୁ ଲୁଟ ହୋଇଥିବା ୨୪ ଟାୱାର ବ୍ୟାଟେରି ଚୋରି କରିବା ସମୟରେ ବ୍ୟବହୃତ ହେଉଥିବା ଏକ ମାକ୍ସ ପିକାପ ଜବତ କରି ୫୩୩/୨୩ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି କହିଛନ୍ତି ।