ଓଡ଼ିଶାରେ ପ୍ରତିଷ୍ଠା ହେବ ସିଲିକନ୍ କାର୍ବାଇଡ ପ୍ଲାଣ୍ଟ

ଭୁବନେଶ୍ୱର: ଓଡିଶାରେ ପ୍ରତିଷ୍ଠା ହେବ ସିଲିକନ କାର୍ବାଇଡ ପ୍ଲାଣ୍ଟ । ଆମେରିକାର ସିଲିକନ ଗ୍ରୁପ ଓଡ଼ିଶାରେ କରିବ ପୁଞ୍ଜିନିବେଶ । ସିଲିକନ ପାୱାର ଗ୍ରୁପ ୧ ହଜାର କୋଟିର ପୁଞ୍ଜି ନିବେଶ କରିବ । ଓଡିଶାରେ ପ୍ରଥମ ଥର ହେବ ସିଲିକନ୍ କାର୍ବାଇଡ ପ୍ଲାଣ୍ଟ। ୧୫୦ MM କ୍ଷମତା ସଂପନ୍ନ ସିଲିକନ୍ କାର୍ବାଇଡ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଦେଢ଼ରୁ ୨ ବର୍ଷ ମଧ୍ୟରେ କାର୍ୟ୍ୟକ୍ଷମ ହେବ କାର୍ବାଇଡ୍ ପ୍ଲାଣ୍ଟ। ଖୁବ ଶୀଘ୍ର ଓଡିଶା ଆସିବ ସିଲିକନ୍ ପାୱାରର ଏକ ଟିମ୍ । ସିଲିକନ୍ ଗ୍ରୁପ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାରଙ୍କ ଏକ ଟିମ୍।