ନୟାଗଡ: ଝିଅଟି ଯେତେବେଳେ ବାହା ହୋଇଥାଏ ଆଖିରେ ବହୁ ସ୍ପପ୍ନନେଇ ଶାଶୁଘରକୁ ଯାଏ । ବାହାଘରକୁ ବାପା ସବୁ ପ୍ରକାର ପ୍ରୟାସ କରି ଜିନିଷ ଦେଇଥାଏ ଯେପରି ତା ଝିଅଟି ସବୁବେଳେ ଖୁସିରେ ରହୁ । ବାପାଟି ତା ଜୀବନର ସବୁ ପୁଞ୍ଜି ଝିଅ ବାହାଘରରେ ଖର୍ଚ୍ଚ କରିଦିଏ । ତେବେ ଯଦି କିଛି ଯୌତୁକ ନ ଦେଇ ପାରେ ସେତେବେଳେ ଝିଅର ମୃତ୍ୟୁ ହୋଇଥାଏ । ଏପରି କିଛି ଅଭାବନୀୟ ଘଟଣା ଘଟିଛ ନୟାଗଡ ଶରଣକୂଳ ଥାନା କଜଳାଇପଲ୍ଲୀ ଗାଁରେ । ଶଶୁ ଘର ଲୋକ କାର ପାଇଁ ଝିଅକୁ ମାରିଦେଇଛନ୍ତି । ହତ୍ୟା ପରେ ମୃତଦେହ ଛାଡି ଛୁ ମାରିଲେ ।ଅଭିଯୋଗ ଅନୁଯାୟୀ, କଜଳାଇପଲ୍ଲୀ ଗାଁର ତପନ କୁମାର ପ୍ରଧାନଙ୍କ ସହ ଜିଗିନୀପଡ଼ାର ମୋନାଲିସା ସ୍ୱାଇଁଙ୍କ ବିବାହ ହୋଇଥିଲା। ବାହାଘର ସମୟରେ ଦାବି ମୁତାବକ ନଗଦ ଦେଢ଼ ଲକ୍ଷ ଟଙ୍କା ସହ ଆସବାବପତ୍ର ଦିଆଯାଇଥିଲା। ହେଲେ ଶାଶୁଘର ଲୋକଙ୍କ ପକ୍ଷରୁ କାର୍ ଦାବି କରାଯାଇଥିଲା। ଏଥିପାଇଁ ବିଭିନ୍ନ ସମୟରେ ଝଗଡା ମଧ୍ୟ ହେଉଥିଲା । ଆଜି ଝିଅକୁ ଶାଶୁଘର ଲୋକ ମାରି ଦେଇଥିବା ଅଭିଯୋଗ ହୋଇଛି। ବାପଘର ଲୋକ ପହଁଚିବା ବେଳକୁ ଶାଶୁଘର ଲୋକ ଫେରାର ହୋଇ ଯାଇଥିଲେ। ମୋନାଲିସାଙ୍କର ବର୍ଷକର ପୁଅଟିଏ ଅଛି।