କରଞିଆ : ମୟୂରଭଞ ଜିଲ୍ଲା କରଞିଆ ଅଞ୍ଚଳରେ କିଛିଦିନ ହେଲା ହାତୀ ଆତଙ୍କ ଲାଗି ରହିଛି । ହାତୀକୁ ଘଉଡିବା ପାଇଁ ହାତୀ ଉପରକୁ ନିଆଁ ମାଡ କରାଯାଉଛି । ଏହିଭଳି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖାଯାଉଛି ଯେ, ଜଣେ ଯୁବକ ହାତୀ ଉପରକୁ ଥରେ ନୁହେଁ ଦୁଇ ଦୁଇ ଥର ନିଆଁ ମାଡ କରଛନ୍ତି । ଏହା ଫଳରେ ହାତୀର ପିଠିରେ ନିଆଁ ହୁତହୁତ ହୋଇ ଜଳୁଛି ଏହାକୁ ସମସ୍ତେ ଦେଖିବା ପରେ ମଧ୍ୟ କେହି ତାଙ୍କୁ ମନା କରୁନାହାନ୍ତି ।
ଏହି ନିଆଁ ମାଡପରେ ଜୀବନ ବିକଳରେ ଦୌଡି ପଳାଇଛି ହୀତୀ । ବର୍ତ୍ତମାନ ଏହି ଘଟଣାକୁ ନେଇ ତଦନ୍ତ ଚାଲିଥିବା ବେଳେ ଏହି ତଦନ୍ତପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି DFO କହିଛନ୍ତି । ଆବଶ୍ୟକ ପଡିଲେ ନିଆଁ ମାଡ କରିଥିବା ବ୍ୟକ୍ତିକୁ ଗିରଫ କରାଯିବ । ଗତ କିଛିଦିନ ହେଲା କରଞ୍ଜିଆ ବନଖଣ୍ଡରେ ୧୦୦ରୁ ଅଧିକ ଗାଁରେ ଆତଙ୍କ ଖେଳାଇଛନ୍ତି ହାତୀପଲ । ୩୫ରୁ ଅଧିକ ଘର ଭାଙ୍ଗିଲେଣି । ଗତକାଲି ଶୁକୃଳି ବ୍ଲକରେ ୭ରୁ ଅଧିକ ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି।