କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ସହ ରାଜ୍ୟ ସରକାରଙ୍କ ଏମଓୟୁ

ଭୁବନେଶ୍ୱର: ଓଡ଼ିଶାରେ ପୁଞ୍ଜିନିବେଶ ଲକ୍ଷ୍ୟରେ ଆମେରିକା ଗସ୍ତରେ ଥିବା ରାଜ୍ୟ ସରକାରଙ୍କୁ ମିଳିଛି ସଫଳତା । ଆମେରିକା ସହ ଓଡ଼ିଶାର ସମ୍ପର୍କ ନିବିଡ ଲକ୍ଷ୍ୟରେ ଯାଇଥିବା ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତ ସଫଳ ହେଇଛି । ଆମେରିକାର ବାରକେଲେ ସ୍ଥିତ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ ସହିତ ରାଜ୍ୟ ସରକାର ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ୫ଟି ସଚିବ ଭିକେ ପାଣ୍ଡିଆନ୍, ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେର, କ୍ରୀଡ଼ା ସଚିବ ଆର ଭିନିଲ କ୍ରିଷ୍ଣାଙ୍କ ଉପସ୍ଥିତିରେ ରାଜ୍ୟ ବୈଦ୍ୟୁତିକ ଏବଂ ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ର ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି।

ଏହି ଚୁକ୍ତି ଦ୍ୱାରା ଗବେଷଣା, ଯୋଜନାର ସମ୍ଭାବ୍ୟ ପ୍ରଭାବ ଅନୁଶୀଳନ, ଉଦ୍ୟୋଗୀ ସୃଷ୍ଟି ଏବଂ ଏକାଡେମିକ ପ୍ରକାଶନର ବିନିମୟ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ସହିତ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ମିଳିତ ଭାବେ କାର୍ଯ୍ୟ କରିବ। ସେହିପରି କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ହାଇଟେକ ଏରିଆରେ ଆୟୋଜନ କରିବେ ତା ସହ ୧୦୦୦ ଗବେଷକଙ୍କୁ ତାଲିମ ପ୍ରଦାନ କରିବ । ଏଥିପାଇଁ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଆଲୁମିନି ଏବଂ ଓଡ଼ିଶା ସରକାର ମିଳିତ ଭାବେ କାମ କରିବେ। ଏହା ଦ୍ୱରା ରାଜ୍ୟର ୫ ହଜାର ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବ ବୋଲି ଜଣାପଡ଼ିଛି।

ଗତକାଲି କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଗସ୍ତ ଅବସରରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ଫିଶର ସେଣ୍ଟର ଫର୍ ବିଜନେସ୍ ଆନାଲିଟିକ୍ସ ନିର୍ବାହୀ ନିର୍ଦ୍ଦେଶକ ଗଉଥିଆର ଭାସେର୍, ହାସ୍ ସ୍କୁଲ ଅଫ୍ ବିଜନେସ୍ର କାର୍ୟ୍ୟକାରୀ ଡିନ୍ ଡ଼ ଡନ୍ ମୁରେଙ୍କ ସମେତ ବିଶ୍ୱବିଦ୍ୟାଳୟର ଖ୍ୟାତନାମା ଫାକଲ୍ଟି ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି।