ଅତିରିକ୍ତ ବଜେଟ ନେଇ ଅର୍ଥ ବିଭାଗର ଚିଠି

ଭୁବନେଶ୍ୱର : ଅତିରିକ୍ତ ବଜେଟ ନେଇ ଅର୍ଥ ବିଭାଗର ଚିଠି | ସବୁ ବିଭାଗକୁ ଚିଠି ଲେଖିଲା ଅର୍ଥ ବିଭାଗ | ଜୁଲାଇ ସୁଦ୍ଧା ପ୍ରସ୍ତାବ ଦେବାକୁ ସବୁ ବିଭାଗ କୁ ଚିଠି | ମୌସୁମୀ କିମ୍ବା ଶୀତ ଅଧିବେଶନରେ ଆସିବ ଅତିରିକ୍ତ ବଜେଟ | ତେବେ ଏହି ଅତିରିକ୍ତ ବଜେଟ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି | ଅର୍ଥ ବିଭାଗ ପକ୍ଷରୁ ଅତିରିକ୍ତ ବଜେଟକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି |

ଜୁଲାଇ ସୁଦ୍ଧା ସବୁ ବିଭାଗ ପ୍ରସ୍ତାବ ଦେବା ପାଇଁ ଅର୍ଥ ବିଭାଗ ଚିଠି ଲେଖିଥିବାବେଳେ ମୌସୁମୀ ଅଧିବେଶନ(ଅଗଷ୍ଟ ମାସ)ରେ ରାଜ୍ୟର ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବାର ଅଛି | ନିୟମ ଅନୁସାରେ ଅତିରିକ୍ତ ବଜେଟ ଶୀତ ଅଧିବେଶନ (ଡିସେମ୍ବର) ସମୟରେ ଉପସ୍ଥାପିତ ହେବା କଥା | କିନ୍ତୁ ରାଜ୍ୟ ସରକାର ଆଗୁଆ ଅତିରିକ୍ତ ବଜେଟ ଆଣୁଥିବାରୁ ଏହାକୁ ନେଇ ଚର୍ଚ୍ଚା ବଢିଛି |