ବଢିଲା ଅଗ୍ନିବୀରଙ୍କ କାର୍ୟ୍ୟକାଳ। ସେନାରେ ଅଗ୍ନିବୀରଙ୍କ କାର୍ୟ୍ୟକାଳ ୨ ବର୍ଷ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏନ୍ ଏସ୍ ରାଜା ସୁବ୍ରମଣି ଏହି ଘୋଷଣା କରିଛନ୍ତି। ଅବ୍ୟାହତି ନେବାକୁ ଥିବା ୭୫% ଅଗ୍ନିବୀରଙ୍କ କାର୍ୟ୍ୟକାଳ ୨ ବର୍ଷ ବୃଦ୍ଧି ଘୋଷଣା କରାଯାଇଛି। ୨ ବର୍ଷ ପରେ ଚୟନ ମାନଦଣ୍ଡ ପୂରଣ କଲେ ନିୟମିତ ସୈନିକ ଭାବେ ସାମିଲ୍ ହେବେ ଏହି ଅଗ୍ନିବୀରମାନେ।
ଅଗ୍ନିବୀରଙ୍କ କାର୍ୟ୍ୟ ଦକ୍ଷତା ଭଲ ରହିଛି ବୋଲି କହିଛନ୍ତି ଉଊଝ। ଡିସେମ୍ୱର ୩୧ ସୁଦ୍ଧା ୧୮ ହଜାର ୩୦୦ ଅଗ୍ନିବୀରଙ୍କ କାର୍ୟ୍ୟକାଳ ସରୁଛି। ପୂର୍ବ ନିୟମ ଅନୁସାରେ ୪ ବର୍ଷର ସେବା ପରେ ୨୫% ଅଗ୍ନିବୀର ସେନାରେ ସ୍ଥାୟୀ ନିଯୁକ୍ତି ପାଉଥିଲେ ଏବଂ ଅବଶିଷ୍ଟ ୭୫% ଅଗ୍ନିବୀରଙ୍କୁ ସେବାମୁକ୍ତ କରାଯାଉଥିଲା। କିନ୍ତୁ ବର୍ତ୍ତମାନର ନୂଆ ନିଷ୍ପତ୍ତି ଅନୁଯାୟୀ, ସେହି ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ଆଉ ଅଧିକ ୨ ବର୍ଷ ସଶସ୍ତ୍ର ବାହିନୀରେ ସେବା କରିବା ପାଇଁ ସୁଯୋଗ ମିଳିବ।