ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣାରେ ଆକ୍ସନ; ଦୁଇ ଇଞ୍ଜିନିୟର ନିଲମ୍ବନ

ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣାରେ ଆକ୍ସନ। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଜଣେ ଜୁନିୟର ଇଞ୍ଜିନିୟର ଓ ସହକାରୀ ଯନ୍ତ୍ରୀ ଚାକିରିରୁ ସସପେଣ୍ଡ। ଘଟଣାସ୍ଥଳରେ ଉଗ ରେଖା ଗୁପ୍ତା ପହଞ୍ଚି ଅନୁଧ୍ୟାନ କରିବା ପରେ ଗଉଊ ପକ୍ଷରୁ ନିଆଗଲା କାର୍ୟ୍ୟାନୁଷ୍ଠାନ। ଏପଟେ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି ।

ଘଟଣାର ତଦନ୍ତ କରାଯିବା ସହ କୌଣସି ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଚାୱଡ଼ି ବଜାର ଅଞ୍ଚଳରେ ତିନି ମହଲା କୋଠା ଭୁଶୁଡ଼ି ୨ ଜଣଙ୍କ ଜୀବନ ଯାଇଛି। ଧ୍ୱଂସାବଶେଷ ତଳେ ଆହୁରି ଅନେକ ଲୋକ ଫସି ରହିଥିବା ଆଶଙ୍କା ରହିଛି। ନିର୍ମାଣ କାର୍ୟ୍ୟ ଚାଲିଥିବା ବେଳେ ହଠାତ୍ କୋଠାଟି ଭୁଶୁଡ଼ି ପଡ଼ିବାରୁ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ଖବର ପାଇ ଦିଲ୍ଲୀ ପୋଲିସ, ଅଗ୍ନିଶମ ବାହିନୀ ଓ ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଜୋରଦାର ଉଦ୍ଧାର କାର୍ୟ୍ୟ ଚଳାଇଛନ୍ତି। ସଂକୀର୍ଣ୍ଣ ଗଳି ଓ ଜନଗହଳିପୂର୍ଣ୍ଣ ଅଞ୍ଚଳ ଯୋଗୁଁ ଉଦ୍ଧାର କାର୍ୟ୍ୟରେ ବାଧା ଉପୁଜୁଛି। ତଥାପି ଭଗ୍ନାବଶେଷ ତଳୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ।