ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାକୁ ଅନେକ ଦିନ ପୁରିଥିଲେ ବି ସେ ଦିନ ରାତିର ଛାତିଥରା ଦୃଶ୍ୟ କାହାରି ମନରୁ ଏବେବି ଲିଭିନି । ଏହାରି ଭିତରେ ସିବିଆଇ ଦୁର୍ଘଟଣାର କାରଣ ଖୋଜିବାରେ ଲାଗିଥିବା ବେଳେ ଆଉ ୨କର୍ମଚାରୀଙ୍କୁ ଜେରା କରୁଛି । ପୂର୍ବରୁ ଏହି ୨ରେଳ କର୍ମଚାରିଙ୍କୁ ସମନ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ । ଏପଟେ ଅନ୍ୟ ୩ଜଣଙ୍କୁ ସିବିଆଇ ଅଫିସରେ ହାଜର ହେବାକୁ ସମନ କରିଛି ସିବିଆଇ । ଫଳରେ ଆଗକୁ ଗିରଫଦାରୀଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ଏହି ମାମଲାରେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ଆଜି ରିମାଣ୍ଡର ଅବଧି ସରୁଛିି । ଅଧିକ ଜେରା ପାଇଁ ସେମାନଙ୍କୁ ପୁଣି ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିପାରେ ବୋଲି କୁହାଯାଉଛି । ତେବେ ଦୁର୍ଘଟଣାର ତଦନ୍ତ ପାଇଁ ୫ତାରିଖରେ ସିବିଆଇକୁ ଦାଇତ୍ୱ ଦିଆଯାଇଥିଲା ।