ଉତ୍କଳ ବିଶ୍ୱବିଦ୍ୟାଳୟର ଷ୍ଟାଟିଷ୍ଟିକ ଡିପାର୍ଟମେଣ୍ଟରେ ଲାଗିଲା ନିଆଁ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଲାଗିଲା ନିଆଁ। ଡିପାର୍ଟମେଣ୍ଟ ଅଫ୍ ଷ୍ଟାଟିଷ୍ଟିକ୍ ରେ ନିଆଁ ଲାଗିଥିବା ସୂଚନା । ଷ୍ଟାଟିଷ୍ଟିକ୍ ବିଭାଗରେ ସର୍ଟ ସର୍କିଟ ଯୋଗୁଁ ଲାଗିଥିଲା ନିଆଁ । ୩୦ମିନିଟ୍ ରୁ ଅଧିକ ସମୟ ଧରି ଜଳିଥିଲା ନିଆଁ। କମ୍ପ୍ୟୁଟର, ବହି ଏବଂ ଆସବାବ ପତ୍ର ଜଳିଯାଇଥିବା ସୂଚନା ମିଳିଛି। ବିଳମ୍ବିତ ରାତି ୧:୩୦ ରେ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସର ଷ୍ଟାଟିଷ୍ଟିକ୍ ଡିପାର୍ଟମେଣ୍ଟରେ ନିଆଁ ଲାଗିବା ଖବର ମିଳିଥିଲା। ନିଆଁ ଲାଗିଥିବା ଖବର ପାଇ ମଞ୍ଚେଶ୍ୱର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥିରେ କେହି ଆହାତ ହୋଇ ନଥିବା ବେଳେ କାର୍ୟ୍ୟାଳୟ ଭିତରରେ ଥିବା କିଛି ବୈଦ୍ୟୁତିକ ଉପକରଣ , କମ୍ପ୍ୟୁଟର ଏବଂ କାଗଜପତ୍ର ପୋଡ଼ି ଯାଇଛି।