ସ୍ୱଦେଶୀ ଜ୍ଞାନକୌଶଳରେ ଡ୍ରୋନର ବିକାଶ କରୁଛି ଭାରତ

ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନକୌଶଳରେ ଡ୍ରୋନର ବିକାଶ କରୁଛି ଭାରତ । ଭାରତରେ ନିର୍ମିତ ପ୍ରଥମ ସ୍ୱଦେଶୀ ମାନବବିହୀନ ଡ୍ରୋନ ତାପସ ବିଏଚ ୨୦୧ ଡ୍ରୋନ୍ ହେଉଛି ଏକ ଲଢୁଆ ଡ୍ରୋନ୍, ଯାହା ପ୍ରାୟ ୩୫୦ କେଜି ଓଜନ ବହନ କରି ଉଡିପାରିବ । ଏହି ଡ୍ରୋନର ଲମ୍ବ ୯.୫ ମିଟର ଏବଂ ଏହାର ପ୍ରସ୍ଥ ୨୦.୬ ମିଟର ରହିଛି । ତାପସ ଡ୍ରୋନର ଓଜନ ୧୮୦୦ କିଲୋଗ୍ରାମ ଏବଂ ଏହାର ପାଖାରେ ଦୁଇଟି ଏନପିଓ ସାଟର୍ଣ୍ଣ ୩୬ଟି ଟର୍ବୋପ୍ରୋପ୍ ଇଞ୍ଜିନ ରହିଛି । ଏହି ଦୁଇଟି ଇଞ୍ଜିନ ୨୦୦ ହର୍ସପାୱାର ଶକ୍ତି ଦେଇପାରିବ । ଏହି ଡ୍ରୋନକୁ ଭାରତୀୟ ନୌସେନା ଏବଂ ଡିଆରଡିଓର ଏକ ଟିମ ୧୬ ଜୁନ୍ ୨୦୨୩ରେ ଡ୍ରୋନ ତାପସର ସଫଳର ପରୀକ୍ଷଣ କରିଥିଲେ । କାରୱାର ନୌସେନା ଘାଟିଠାରୁ ୧୪୮ କିଲୋମିଟର ଦୂରରେ ଥିବା ଗ୍ରାଉଣ୍ଡ ଷ୍ଟେସନରେ ଏହି ଡ୍ରୋନ ୨୦ ହଜାର ଫୁଟ ଉଚ୍ଚତା ପର୍ୟ୍ୟନ୍ତ ଉଡ଼ିବାରେ ସଫଳ ହୋଇଥିଲା । ଏବେ ଏହି ସ୍ୱଦେଶୀ ଡ୍ରୋନ ସୀମା ଉପରେ ନଜର ରଖିବା ସହ ଶତ୍ରୁଉପରେ ଆକ୍ରମଣ କରିବା ପାଇଁ ବ୍ୟବହାର କରାଯାଇପାରିବ । ଏହି ଡ୍ରୋନର ନିର୍ମାଣ କାର୍ୟ୍ୟ ୨୦୧୬ ମସିହାରୁ ଆରମ୍ଭ ହୋଇଥିଲା । ତେବେ ଏହାକୁ ଏପର୍ୟ୍ୟନ୍ତ ଭାରତୀୟ ସେନାରେ ସାମିଲ କରାଯାଇନାହିଁ । ଏହି ଉଡ଼ାଣ ପରେ ଏହା ଖୁବଶୀଘ୍ର ଭାରତୀୟ ସେନାରେ ଯୋଗ ଦେବ ବୋଲି ଜଣାପଡିଛି ।