ବରୀ ବରୁଆଁ ମୁଖ୍ୟ ରାସ୍ତାର ସନ୍ଥନ ଛକ ନିକଟ ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର

(ଯାଜପୁର ବରୀ :ପ୍ରଶାନ୍ତ ଦ୍ବିବେଦୀ):-ବରୀ ବରୁଆଁ ମୁଖ୍ୟ ରାସ୍ତାର ସନ୍ଥନ ଛକ ନିକଟ ରାସ୍ତା କଡ଼ରୁ ଏକ ମୃତ ଦେହ ଉଦ୍ଧାର ହୋଇଛି। ଖବର ପାଇ ଘଟଣା ସ୍ଥଳରେ ବରୀ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣା ପଡିଛି। ମୃତ ଶରୀରର କିଛି ଦୂରରେ ମୃତକ ଙ୍କ ପ୍ୟାଣ୍ଟ୍ ଓ ଜୋତା ପଡିଥିବା ଦେଖିବାକୁ ମିଳିଛି।ମୃତୁର କାରଣ ଅସ୍ପଷ୍ଟ ଥିବା ବେଳେ ଗଜେନ୍ଦ୍ର ରାସ୍ତା ତଳକୁ କାହିକି ଯାଇଥିଲେ? ସେଠୀ କଣ କରୁଥିଲେ? ପ୍ୟାଣ୍ଟ୍ କାହିକି ଓହ୍ଲାଇଥିଲେ? ମୃତୁ କିପରି ହେଲା ଏପରି ଅନେକ କଥା ଆଲୋଚନା ହେଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ତୁର କାରଣ ସାମ୍ନାକୁ ଆସିବ ବୋଲି ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ମୃତକ ଜଣଙ୍କ ବରୀ ଥାନା ଅଧୀନସ୍ଥ ସାହୁପଡା ଗ୍ରାମର ଗଜେନ୍ଦ୍ର କର ବୟସ ୫୩ ବୋଲି ଜଣା ପଡିଛି।