ଭୁବନେଶ୍ୱର: ପାୱାର କଟ ନୁହେଁ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଜୁଳି କାଟ ହେଉଛି। ପାୱାରକଟ ଶବ୍ଦ ବ୍ୟବହାର କରିବା ଭୁଲ। ପାୱାର କଟ ଅର୍ଥ ଆମ ପାଖରେ ଆବଶ୍ୟକତା ଠାରୁ କମ ପାୱାର ଅଛି। ଲୋକଙ୍କୁ ଦେଲା ବେଳେ କାଟିକି ଦେବାକୁ ପାୱାର କଟ କୁହାଯାଏ। ଏବେ ଯେଉଁ କିଛି ସ୍ଥାନରେ ୨ରୁ ୪ ଘଣ୍ଟା ଲାଇନ ରହୁନି ତାହା ଯାନ୍ତ୍ରିକ ତ୍ରୁଟି କାରଣରୁ ଘଟୁଛି । କାଳବୈଶାଖୀ, ଓଭରଲୋଡିଂ, ଟ୍ରାନ୍ସଫର୍ମର ପୋଡ଼ିଯିବାରୁ ଲାଇନ ଯାଉଛି। ତାହା ପାୱାର କଟ୍ ନୁହେଁ, ବରଂ ଯାନ୍ତ୍ରିକ ତ୍ରୁଟିବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ଆହୁରି କହିଛନ୍ତି ଯେ, ‘ପାୱାର କଟ ଶବ୍ଦ ଓଡ଼ିଶାର ଗଣମାଧମ ବ୍ୟବହାର କରିବା ହିଁ ଭୁଲ ।
କିନ୍ତୁ ଦୁର୍ବଳ ଭିତ୍ତିଭୂମି ଥିବା କଥାକୁ ଶକ୍ତିମନ୍ତ୍ରୀ ସ୍ୱୀକାର କରିଛନ୍ତି । ଭିତ୍ତିଭୂମି ଦୁର୍ବଳ ଯୋଗୁଁ ପାୱାର ଟ୍ରିପ ହେଉଛି ବୋଲି ସେ କହିଛନ୍ତି । ରାଜ୍ୟରେ କିନ୍ତୁ ଇଲେକ୍ଟ୍ରିସିଟି ସପ୍ଲାଇରେ କୌଣସି ଅଭାବ ନାହିଁ । ବହୁସ୍ଥାନରେ ଓଭର ଲୋଡିଂ ଦ୍ୱାରା ଟ୍ରିପ୍ ହୋଇଯାଉଛି । ଭୁବନେଶ୍ୱରରେ ଥରେ ଟ୍ରିପ୍ କଲେ ସଜାଡିବାକୁ ୬/୭ ଘଣ୍ଟା ଲାଗୁଛି । ଲୋ-ଭୋଲଟେଜ୍ ଅଭିଯୋଗ ପଛରେ ଟେକ୍ନିକାଲ ତ୍ରୁଟି ରହିଛି ।