ଜେଇଇର ଓଡ଼ିଶା ଟପ୍ପର ହେଲେ ପ୍ରିୟଙ୍କା ସର
ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ହୋଇଥିବା ମିଳିତ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ ଦ୍ୱିତୀୟ ପର୍ୟ୍ୟାୟ ୨୦୨୩ ଫଳାଫଳ ଆଜି ପ୍ରକାଶ ପାଇଛି
ଭୁବନେଶ୍ୱର: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ପକ୍ଷରୁ ହୋଇଥିବା ମିଳିତ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ ଦ୍ୱିତୀୟ ପର୍ୟ୍ୟାୟ ୨୦୨୩ ଫଳାଫଳ ଆଜି ପ୍ରକାଶ ପାଇଛି।୯୯.୯୮ ପର୍ସେଣ୍ଟେଜ ସହ ଓଡିଶା ଟପ୍ପର ହେଇଛନ୍ତି ପ୍ରିୟଙ୍କା ସର । ସୂଚନା ମୁତାବକ ସର୍ବଭାରତ ସ୍ତରରେ ୪୩ ଜଣ ୧୦୦ ପ୍ରତିସତ ସହ ଉତ୍ତିର୍ଣ ହୋଇଛନ୍ତି । ଏପ୍ରିଲ ରୁ ୧୫ପର୍ଯ୍ୟନ୍ତ ଏହି ପରୀକ୍ଷା ହୋଇଥିଲା । ରାଜ୍ୟର ପାଖାପାଖି ୨୦ ହଜାର ଛାତ୍ରଛାତ୍ରୀ ଚଳିତ ପର୍ୟ୍ୟାୟରେ ପ୍ରବେଶିକା ଦେଇଥିବା ସୂଚନା ମିଳିଛି। ଜେଇଇ ମେନ୍ ଫଳ ପ୍ରକାଶ ପାଇବା ପରେ ମେ’ ୫ ତାରିଖ ସୁଦ୍ଧା ମେଧାବୀ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ ପାଇଁ ପଞ୍ଜୀକରଣ କରିବେ। ଜୁନ୍ ୪ ତାରିଖରେ ଦେଶର ୨୩ଟି ଆଇଆଇଟିରେ ନାମଲେଖା ପାଇଁ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଅନୁଷ୍ଠିତ ହେବ।ଛାତ୍ରୀଛାତ୍ର ଏନ୍ଟିଏର ଅଫିସିଆଲ ଓ୍ବେବସାଇଟ୍ jeemain.nta.nic.in କୁ ଯାଇ ନିଜର ମାର୍କ ଚେକ୍ କରିପାରିଥିଲେ।