ଜଗତସିଂହପୁର ରୁ CRPF ଯବାନ ନିଖୋଜ। ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ଧାନମଣ୍ଡଳ ପାହାଡ଼ ନିକଟ ରୁ ମିଳିଲା ଯବାନ ଙ୍କ ବାଇକ ।ସୂଚନା ଅନୁଯାଇ ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଧୀନ ସୋମପୁର ଗ୍ରାମ ର ସୂର୍ୟ୍ୟକାନ୍ତ କୁଆଁର, ଉଜଚୠ ଯବାନ ରେ କାର୍ୟ୍ୟରତ ଥିବା ବେଳେ ସେ ଛୁଟି ନେଇ ଘରକୁ ଫେରିଥିଲେ ।ଘରେ ଥିବା ବେଳେ ସେ ଏକ ଶୁଦ୍ଧିକ୍ରିୟା କାର୍ୟ୍ୟ ସାରି ଘରକୁ ଫେରି ନଥିଲେ।ଘରେ ବହୁ ଖୋଜା ଖୋଜି ବା ପରେ ବି ସୂର୍ୟ୍ୟକାନ୍ତ କୁ ପାଇ ନଥିଲେ । ସେ ଗତ ୧୭ତାରିଖ ରୁ ନିଖୋଜ ରହିଥିବା ବେଳେ ଗତକାଲି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ଧାନମଣ୍ଡଳ ପାହାଡ଼ ନିକଟରୁ ଏକ ବାଇକ ଉଦ୍ଧାର ହୋଇଛି।ବାଇକ ଟି ଉକ୍ତ ଜଣ ଯବାନ ଙ୍କ ର ବୋଲି ଜଣା ପଡିଛି।ଏ ନେଇ ପୋଲିସ ପରିବାର ଲୋକଙ୍କୁ ଖବର ଦେବା ପରେ ପରିବାର ଲୋକେ ପହଂଚି ଖୋଜାଖୋଜି କରୁଛନ୍ତି ।ପରିବାର ଲୋକେ ଓ ବଡ଼ଚଣା ପୋଲିସ ଏ ନେଇ ପାହାଡ଼ ରେ ଖୋଜା ଖୋଜି କରୁଛନ୍ତି।କେଉଁ କାରଣ ରୁ ଏଭଳି ଘଟଣା ଘଟିଛି ସେ ନେଇ ପୋଲିସ ଘଟଣା ର ଅଧିକ ତଦନ୍ତ ଚଳାଇଛି।