ବାଲେଶ୍ଵର / ଅଜିତ କୁମାର ସାହୁ : ବୀମା ଯୋଜନାରେ ଉପକୃତ ହେଲେ ଗରିବ ପରିବାର ।ମୃତ ପୂର୍ବରୁ କରିାଇଥିଲେ ପ୍ରଧାନ ମନ୍ତ୍ରୀ ଗୀବନ ବିମା ଯୋଜନା ଏବେ ଉପକୃତ ହେଉଛନ୍ତି ସ୍ୱମୀ ଓ ପରିବାର । ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଭାରତୀୟ ଷ୍ଟେଟବ୍ୟାଙ୍କ କାଣ୍ଡ ଗାଁ ଶାଖା ରୁ ଉପକୃତ ହୋଇଛନ୍ତି ଶମ୍ଭୁନାଥ ଶମ୍ଭୁନାଥ ବାରିକ । ସୂଚନା ମୁତାବକ ଶମ୍ଭୁନାଥ ଙ୍କ ସ୍ତ୍ରୀ ପୂର୍ଣ୍ଣିମା ଭାରତୀୟ ଷ୍ଟେଟ ବ୍ୟାଙ୍କ୍ କାଣ୍ଡ ଗାଁ ଶାଖାରେ ଗତ ବର୍ଷ ଜୁନ ମାସ ସଞ୍ଚୟ ଖାତା ଖୋଲିବା ସମୟରେ ମାତ୍ର ୩୩୦ ଟଙ୍କା ଦେଇ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଵୀମା ଭୁକ୍ତ ହୋଇଥିଲେ। ମାତ୍ର ଏକ ମାସ ପରେ ତାଙ୍କର ଆକସ୍ମିକ ମୃତ୍ୟୁ ହୋଇଥିଲା। ପାରିବାରର ଆର୍ଥିକ ସ୍ଥିତି ସ୍ଵଚ୍ଛଳ ନଥିବା ବେଳେ, ରୋଗିଣା ସ୍ବାମୀ ଓ ପିଲା ମାନେ ଦୟନୀୟ ଅବସ୍ଥାରେ ରହୁଥିଲେ। ମାତ୍ର ପୂର୍ଣ୍ଣିମା କରିଯାଇଥିବା ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାରେ ତାଙ୍କ ପରିବାର ଉପକୃତ ହୋଇଛନ୍ତି। ବ୍ୟାଙ୍କ୍ ପକ୍ଷରୁ ଶମ୍ଭୁନାଥଙ୍କ ଆକାଉଣ୍ଟ ରେ ଦୁଇଲକ୍ଷ ଟଙ୍କାର ବୀମା ରାସି ଜମା କରାଯାଇଛି ବୋଲି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାର ଶାଖା ପରିଚାଳକ ସେକ ସାମି ଉଲ୍ଲା କହିଛନ୍ତି । ତେବେ ଏହା ପ୍ରଥମ ଘଟଣା ନୁହଁ ପୂର୍ବରୁ ଅନେକ ବିମା ଭୁକ୍ତ ହିତାଧିକାରୀ ଙ୍କୁ ବିମା ରାସି ଯୋଗାଇ ଦେଉଛି ଭାରତୀୟ ଷ୍ଟେଟ ବ୍ୟାଙ୍କ୍ କାଣ୍ଡ ଗାଁ ଶାଖା । ଏହି ଯୋଜନାର ସୁବିଧା ସୁଯୋଗ ନେବାକୁ ସମସ୍ତ ବ୍ୟାଙ୍କ୍ ଗ୍ରାହକଙ୍କୁ ନିବେଦନ କରିଛନ୍ତି ମ୍ୟାନେଜର ଶ୍ରୀ ଉଲ୍ଲା ।