ଭୁବନେଶ୍ୱର : ରାଉରକେଲାରେ ହୋଇଥିବା ବିର୍ସାମୁଣ୍ଡା ହକି ଷ୍ଟାଡିୟମ ପାଇଁ ରାଜ୍ୟ ସରକାର କେତେ ଅର୍ଥ ବ୍ୟୟ କରିଛନ୍ତି ? ରାଜ୍ୟ ରାଜକୋଷରୁ କେତେ ଅର୍ଥ ଖର୍ଚ୍ଚ କରାଯାଇଛି ଓ କେନ୍ଦ୍ର ସରକାରଙ୍କ କୀଡ୍ରା ଓ ଯୁବ ବ୍ୟାପାର ବିଭାଗ ଏ ନେଇ କେତେ ଅର୍ଥ ପ୍ରଦାନ କରିଛନ୍ତି ? ଏହି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ କେଉଁ ସଂସ୍ଥାକୁ କେତେ ବ୍ୟୟ ଅଟକଳରେ ଦିଆଯାଇଥିଲା । ଓଡିଶାର କେଉଁ ସଂସ୍ଥା ଏହି ଷ୍ଟାଡିୟମ ନିର୍ମାଣ କରିଛି ନା ରାଜ୍ୟ ବାହାରର ସଂସ୍ଥା ଏହି ନିର୍ମାଣ କାର୍ଯ୍ୟ କରିଛନ୍ତି ।ଷ୍ଟାଡିୟମ ଧାର୍ଯ୍ୟ ସମୟରେ ଶେଷ ହୋଇଥିଲା କି । ଷ୍ଟାଡିୟମ ନିର୍ମାଣରେ ଓଡିଶାର ଠିକାଦାର ସଂସ୍ଥା ଓ ଶ୍ରମଜୀବୀ ନିୟୋଜିତ ହୋଇଥିଲେ କି, ଯଦି ନିୟୋଜିତ ହୋଇଥିଲେ ସେମାନଙ୍କର ସଂଖ୍ୟା କେତେ ?
ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ଏହି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଓଡିଶା ସରକାରଙ୍କ ସାଧାରଣ ଉଦ୍ୟୋଗ ଆଇଡିସିଓକୁ ପ୍ରଦାନ କରାଯାଇଥିଲା । ମଞ୍ଜୁର ହୋଇଥିବା ବ୍ୟୟ ଅଟକଳ ୨୬୧.୭୬ କୋଟି ଅଟେ । ଏହାର ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ ହୋଇଥିଲା ।