ଭୁବନେଶ୍ୱର: ୟୁନିଭର୍ସାଲ୍ ହେଲଥ୍ କଭରେଜ୍ ଡେ ୨୦୨୨ ଅଭିଯାନରେ ସର୍ବାଧିକ ସଂଖ୍ୟକ ‘ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ଆଇଡି’ ଓଡିଶାରେ କରାଯାଇଥିବା ହେତୁ ଓଡିଶାକୁ ପ୍ରଥମ ପୁରସ୍କାର ପାଇଛି । ଏହି ଅବସରରେ ଡକ୍ଟର ବ୍ରୁଣ୍ଡା ଡି, ଆଇଏଏସ୍, ମିଶନ ନିର୍ଦ୍ଦେଶକ, ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ସମ୍ମାନିତ କେନ୍ଦ୍ର ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଭାରତ ସରକାରଙ୍କ ତରଫରୁ ଏହି ପୁରସ୍କାର ଗ୍ରହଣ କରାଯାଇଛି ।୧୦ ଡିସେମ୍ବର ୨୦୨୨ ରେ ବାରାଣାସୀରେ ୟୁନିଭର୍ସାଲ୍ ହେଲଥ୍ କଭରେଜ୍ ଡେ ଉତ୍ସବ ପାଳନ ହୋଇ ଯାଇଛି । ଅନ୍ୟ ସ୍ୱାସ୍ଥ୍ୟ ଆଇଡି ଅପେକ୍ଷା ‘ ଆୟୁଷ୍ମାନ ଭାରତ ହେଲଥ୍ ଆକାଉଣ୍ଟ ଆଇଡି’ ଭାରତରେ ସବୁ ସ୍ଥାନରେ, ସବୁ ସମୟରେ ଉପଲବ୍ଧ ରହିଛି । ଏହି ଆଇଡି ଭାରତରେ ଉପଯୁକ୍ତ ତଥା ଠିକ୍ ସମୟରେ ନିରାକରଣ ଏବଂ ଚିକିତ୍ସା ପାଇଁ ଡାକ୍ତର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ ସ୍ଥିତି ବିଷୟରେ ସମ୍ପୁର୍ଣ୍ଣ ତଥ୍ୟ ଦେଇଥାଏ ।
ତେବେ ପ୍ରତିବର୍ଷ ୧୨ ଡିସେମ୍ବରରେ ‘ଆନ୍ତର୍ଜାତୀୟ ସର୍ବଭାରତୀୟ ସ୍ୱାସ୍ଥ୍ୟ କଭରେଜ୍ ଡେ’ (UHC) ପାଳନ କରାଯାଏ । ଏହି ଦିନ ପାଇଁ ଚଳିତ ବର୍ଷର ବିଷୟ ବସ୍ତୁ ରହିଛି ନିର୍ଦ୍ଧାରଣ ହୋଇଛି । ‘ଆମେ ଚାହୁଁଥିବା ବିଶ୍ୱ ଗଠନ, ସମସ୍ତଙ୍କ ପାଇଁ ଏକ ସୁସ୍ଥ ଭବିଷ୍ୟତ’ ଚଳିତ ବର୍ଷର ବିଷୟ ବସ୍ତୁ ରହିଛି । ତେବେ ଏହି ସଫଳତା ହାସଲ କରିବା ପାଇଁ H & FEW ବିଭାଗ ABHA ID ସୃଷ୍ଟି ଉପରେ ବିଶେଷ ଗୁରୁତ୍ୱ ଦେଇ ଇ-ସଞ୍ଜୀବନୀ (ଟେଲିମେଡିସିନ୍ ସେବା) ର ଉପଯୋଗରେ ଉନ୍ନତି ଆଣିବା ଏବଂ ଉପ-କେନ୍ଦ୍ର ସ୍ତରରେ ସମସ୍ତ ଇ-ସ୍ୱାସ୍ଥ୍ୟ ପଦକ୍ଷେପକୁ ଶକ୍ତିଶାଳୀ କରିବା ସହିତ ସାରା ରାଜ୍ୟରେ ତୀବ୍ର ପରିଚାଳନା ସୂଚନା ପ୍ରଣାଳୀ (MIS) ଅଭିଯାନ ଆରମ୍ଭ କରିଥିଲା ।
ତେବେ ଭାରତ ସରାକାର ୨୧.୯୦ ଲକ୍ଷ୍ୟ ABHA ID କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ରାଜ୍ୟ ସରକାର ୪୩ ଲକ୍ଷ ୬୧ ହଜାର୮୯୫ଟି ABHA ID କାର୍ଡ କରିଛନ୍ତି । ଯେପରିକି NCD ପୋର୍ଟାଲ, RCH ପୋର୍ଟାଲ, ଇ-ସଞ୍ଜୀବନୀ, PMNDP ଏବଂ ନିକ୍ସିଆ ପୋର୍ଟାଲ (NTEP) । ଫଳସ୍ୱରୂପ, ରାଜ୍ୟ ଓଡିଶା ଭାରତର ସମସ୍ତ ରାଜ୍ୟ / UT ମଧ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଛି । ତେବେ ଓଡିଶାର ଦଶ ରାଜ୍ୟ ଭଦ୍ରକ, ଜାଜପୁର, କଟକ, ଗଞ୍ଜାମ, ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦ୍ରାପଡା, ବାଲେଶ୍ୱର, ପୁରୀ, କେନ୍ଦୁଝର ଶ୍ରେଷ୍ଠ ଜିଲ୍ଲା ମାନ୍ୟତା ମିଳିଛି ।