ବରଗଡ଼ : ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ପୂର୍ବରୁ ଘଟିଛି ଅଘଟଣ । ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ କରିବା ପାଇଁ ମନୋନୀତ ହୋଇଥିଲେ କୁନି କଳାକାର । ହେଲେ ସେ ଆଉ ଏଦୁନିଆରେ ନାହାନ୍ତି । ତାଙ୍କୁ ମାତ୍ର ୧୨ ବର୍ଷ, ତାଙ୍କ ନାମ ଶ୍ରେୟାଂଶ। ଖେଳୁଥିବା ବେଳେ ସେ ହଟାତ ତଳେ ପଡିଯାଇ ଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ରେୟସଙ୍କ ଘର ଅମ୍ବାପାଲିରେ। ତାଙ୍କ ବାପାଙ୍କ ନାଁ ମହେନ୍ଦ୍ର ପୁଝାରୀ। ସେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସପ୍ତମ ଶ୍ରେଣୀରେ ପଢୁଥିଲେ। ହୃଦଘାତ ହୋଇଥିବାରୁ ତାଙ୍କର ମୃତ୍ୟୁ ଘଟିଥବବା ଜଣା ପଡିଛି ।