ପଦ୍ମପୁର: ସରିଲା ପଦ୍ମପୁର ବିଧାନସଭା ଉପନିର୍ବାଚନ ଭୋଟ ଗଣତି। ଶେଷରେ ସବୁ ଅପେକ୍ଷାର ଅନ୍ତ ହୋଇଛି । ପଦ୍ମପୁରର ଜନାଦେଶ ବିଜେଡି ସପକ୍ଷରେ ଆସିଛି । ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହାଙ୍କୁ ରେକର୍ଡ ନମ୍ବର ମିଳିଛି। ବିଜେଡି ଶିବିରରେ ଆରମ୍ଭ ହୋଇଛି ଲିବ୍ରେସନ।ଡିସେମ୍ବର ୫ ତାରିଖରେ ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ ସରିଥିବାବେଳେ ଗୁରୁବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ପ୍ରଥମରୁ ହିଁ ଆଗରେ ରହିଥିବା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଶେଷ ଯାଏଁ ନିଜର ସ୍ଥିତି ବଜାୟ ରଖିଛନ୍ତି। ସମସ୍ତ ରାଉଣ୍ଡରେ ଗଣତି ସରିଥିବାବେଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ମିଳିଛି ୧୧୯,୫୧୨ ଖଣ୍ଡ ଭୋଟ। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୭୭,୪୪୭ ଖଣ୍ଡ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ମାତ୍ର ୩,୫୪୮ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।
ଏହା ପୂର୍ବରୁ ୨୦ ରାଉଣ୍ଡରେ ବିଜେଡିକୁ ୧୦୪,୧୮୩, ବିଜେପିକୁ ୬,୮୮୮୭ ଓ କଂଗ୍ରେସକୁ ୩୭୧୦ ଖଣ୍ଡ ଭୋଟ ମିଳିଥିଲା ୧୯ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ୯୮,୯୧୭ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୬୫,୩୨୧ ଖଣ୍ଡ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ୩,୦୫୯ ଖଣ୍ଡ ଭୋଟ ମିଳିଥିଲା। ପଦ୍ମପୁର ଉପନିର୍ବାନରେ ବିଜେଡିର ଇଙ୍ଗ ବିଜୟ ହୋଇଛି । ବିଜେପୁର ଫଳାଫଳକୁ ଦୋହରାଇଲା ବିଜେଡି । ୪୨ ,୬୭୯ ଭୋଟରେ ବର୍ଷା ସିଂ ବରିହା ବିଜୟୀ ହୋଇଛନ୍ତି । ବର୍ଷା ସିଂ ବରିହାଙ୍କୁ ସମୁଦାୟ ଭୋଟ ମିଳିଛି ୧୨୦୮୧୬ । ବିଜେପିର ପ୍ରଦୀପ ପୁରୋହିତଙ୍କୁ ୭୮,୧୩୭ ଭୋଟ ପାଇଥିବା ବେଳେ କଂଗ୍ରେସର ସତ୍ୟ ଭୂଷଣ ସାହୁ ପାଇଛନ୍ତି ୩୫୯୪ ଭୋଟ । ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।ତେବେ ପଦ୍ମପୁର ବିଧାୟକ ବିଜୟରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ପଦ୍ମପୁରରେ ଉପନିର୍ବାଚନ ପାଇଁ ବିଗୁଲ ବାଜିଥିଲା । ତେବେ ଏହି ଉପନିର୍ବାଚନ ବିଜେପି,ବିଜେଡି ଏବଂ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିଥିଲା । ଶେଷରେ ସମସ୍ତଙ୍କୁ ପଛରେ ପକାଇ ବାପାଙ୍କ ସ୍ୱପ୍ନ ପୁରା କରିଛନ୍ତି ବର୍ଷା ସିଂ ବରିହା । ବିପୁଳ ପରିମାଣରେ ପଦ୍ମପୁର ବାସୀ ବିଜେଡି ପ୍ରାର୍ଥୀ ବର୍ଷାଙ୍କୁ ଭୋଟ ଦେଇ ବିଜୟର ମୁକୁଟ ପିନ୍ଧାଇଛନ୍ତି ।