ମେଲବର୍ଣ୍ଣ ବାଜିମାତ କଲା ଭାରତ

ମେଲବର୍ଣ୍ଣ :ଭାରତଓ ପାକିସ୍ତାନର ହାଇଭୋଲଟେଜ ମ୍ୟାଚରେ ଟସ୍ ଜିତି ଭାରତ ବୋଲିଂ ପାଇଁ ନିଷ୍ପତି ନେଇଥିଲା । ଏହି ମ୍ୟାଚରେ ଭାରତର ପ୍ରଥମ ୧୩ ଓଭରରେ ଦମ୍ଦାର ବୋଲିଂ କରି ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟୀ କରିଦେଇଥିଲେ । ହେଲେ ଅନ୍ତିମ ୬ ଓଭରରେ ପାକିସ୍ତାନଙ୍କ ବ୍ୟାଟର ଏକ ବିସ୍ପୋରକ ପାଳି ଖେଳିଛନ୍ତି । ଯାହା ଫଳରେ ନିର୍ଦ୍ଧାରିତ ଓଭରରେ ୧୬୦ ରନର ଫାଇଟିଙ୍ଗ ସ୍କୋର କରି ଭାରତ ଆଗରେ ଏକ ବିଜୟ ଲକ୍ଷ୍ୟ ରଖିଛନ୍ତି । ତେବେ ପାକିସ୍ତାନ ପକ୍ଷରୁ ସାନ୍ ମାସୁଦ ଓ ଇଫତିଖ୍ର ଅର୍ଦ୍ଧଶତକ କରିଛନ୍ତି । ସେପଟେ ଭାରତ ପକ୍ଷରୁ ଅର୍ଶଦୀପ ଓ ହାର୍ଦ୍ଦିକ ୩ ଟି ଲେଖାଏଁ ଓିକେଟ ଅକ୍ତିଆର କରି ଭାରତ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି । ତେବେ ଭାରତ ଏହି ବିଜୟ ଲକ୍ଷକୁ ପିଛା କରୁଥିବା ବେଳେ ବିରାଟ କୋହଲି ସର୍ବାଧିକ ୫୩ ବଲରେ ୮୨ରନ୍ କରି ଭାରତ ପକ୍ଷରୁ ଏକ ଲମ୍ଭା ପାଳି ଖେଳି ଥିଲେ । ତାଙ୍କ ସହ ମଇଦାନରେ ସହଭାଗୀ ଭାବେ ହାର୍ଦ୍ଦିକ ପାଣ୍ଡିଆ ୪୦ ରନ୍ କରି ପ୍ୟାଭିଲନକୁ ଫେରି ଯାଇଛନ୍ତି । ତେବେ ଅନ୍ତିମ ଛଅ ବଲରେ ୧୬ ରନ ଆବଶ୍ୟକତା ଥିବା ବେଳେ ବିରାଟ କୋହଲିଙ୍କ ସହ ଦିନେଶ କାର୍ତ୍ତିକ ପଡିଆରେ ସହଭାଗିତା କାର୍ଯ୍ୟ କରିଥିଲେ । ତେବେ ଏକ ନୋ ବଲ୍ରେ ବିରାଟ ଛକା ମାରି ଦଳର ବିଜୟ ଆଶାକୁ ଉଜ୍ଜିବିତ ରଖିଥିଲେ । ମ୍ୟାଚ ଯେତିକି ସଂର୍ଘଶ ହୋଇଥିଲା ଦର୍ଶକଙ୍କ ମଧ୍ୟରେ ବଡୁଥିଲା ସେତିକି ଉକ୍ରଣ୍ଠା । ତେବେ ଅନ୍ତି ମ ଦୁଇ ବଲରେ ଦୁଇ ରନ୍ ଆବଶ୍ୟକ ଥିବା ବେଳେ ଦିନେଶ କାର୍ତ୍ତିକ ଷ୍ଟପିଂଙ୍ଗ ହୋଇ ପ୍ୟାଭିଲିୟନ ଫେରି ଯାଇଥିଲେ । ତେବେ ଅନ୍ତିମ ବ୍ୟାଟର ଭାବେ ପଡିଆକୁ ଓହ୍ଲାଇଥିଲେ ଅଶ୍ୱନୀ । ୱାଇଡ ବଲ ଜରିଆରେ ମ୍ୟାଚ ଟାଇ ପରିସ୍ଥିତିରେ ରହିଥିଲା । ତେବେ ଶେଷ ବଲରେ ଅଶ୍ୱନୀ ଏକ ଲମ୍ବା ସଟ୍ ମାରି ଦଳକୁ ଏକ ବଡ ବିଜୟ ମିଳିଥିଲା ।