ନୂଆଦିଲ୍ଲୀ: ଚଳିତ ମାସ ୨୬ ତାରିଖରେ ୫-ଜି ସ୍ପେକ୍ଟ୍ରମ୍ ନିଲାମ ଅନୁଷ୍ଠିତ ହେବ। ଏହି ମହାନିଲାମୀରେ ଦେଶର ଦୁଇ ବିଗ୍ କର୍ପୋରେଟ ହାଉସ ଆମ୍ବାନୀ ଗ୍ରୁପ ଓ ଆଦାମୀ ଗ୍ରୁପ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ। ସୂଚନା ଅନୁସାରେ ଚଳିତ ଥର ସ୍ପେକ୍ଟ୍ରମ ନିଲାମୀରେ ଅଂଶ ଗ୍ରହଣ କରିଛି। ପୂର୍ବରୁ ଦେଶର ଦୁଇ ପ୍ରମୁଖ କର୍ପୋରେଟ ହାଉସ ମଧ୍ୟରେ କେବେ ସିଧାସଳଖ ବ୍ୟବସାୟିକ ପ୍ରତିଦ୍ୱନ୍ଦିତା ହୋଇନଥିଲା। ତେବେ ଚଳିତ ମାସ ଶେଷରେ ହେବାକୁ ଥିବା ସ୍ପେକ୍ଟ୍ରମ ନିଲାମୀ ଦୁଇ ଗ୍ରୁପ ମୁହାଁମୁହିଁ ହେବେ ବୋଲି ଜଣାପଡିଛି। ଆଦାନୀ ଗ୍ରୁପ ଏହି ସ୍ପେକ୍ଟ୍ରମ ନିଲାମୀ ଦୌଡରେ ସାମିଲ ହେବ ବୋଲି ଖୋଲାଖୋଲି ଘୋଷଣା କରିଛି। ଯଦି ଆଦାନୀ ଗ୍ରୁପ ସ୍ପେକ୍ଟ୍ରମ ହାସଲ କରେ ତେବେ ବିମାନବନ୍ଦର ଠାରୁ ଆରମ୍ଭ କରି ନିଜର ବ୍ୟବସାୟିକ କ୍ଷେତ୍ରରେ ଏକ ଘରୋଇ ନେଟୱାର୍କ ରୂପେ ବ୍ୟବହାର କରିବ ବୋଲି କହିଛି। ଏ ନେଇ ଆଦନୀ ଗ୍ରୁପ ସମୂହଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଆମେ ବିମାନବନ୍ଦର, ବନ୍ଦର ଲଜିଷ୍ଟିକ, ବିଦ୍ୟୁତ ଉତ୍ପାଦନ, ଟ୍ରାନ୍ସମିସନ, ବିତରଣ ଓ ବିଭିନ୍ନ ବିନିର୍ମାଣ କାର୍ଯ୍ୟରେ ବଢୁଥିବା ସାଇବର ସୁରକ୍ଷା ସହିତ ଘରୋଇ ନେଟୱାର୍କ ସମାଧାନ ଯୋଗାଇଦେବା ପାଇଁ ୫-ଜି ସ୍ପେକ୍ଟ୍ରମ୍ ନିଲାମରେ ଭାଗ ନେବୁ। ଏହାର ଅର୍ଥ ହେଉଛି ଆଦାନୀ ଗ୍ରୁପ ସମୂହ ଉପଭୋକ୍ତା ମୋବାଇଲ ଟେଲିଫୋନ କ୍ଷେତ୍ରରେ ପ୍ରବେଶ କରିବ ନାହିଁ। ତେବେ ଆମ୍ବାନୀଙ୍କ ରିଲାଏନ୍ସ ଜିଓ ସବୁଠୁ ବଡ କମ୍ପାନୀ ଭାବେ ଏବେ ତାର ଉପସ୍ଥିତି ଜାହିର କରିସାରିଛି। ଦୂର ସଂଚାର କ୍ଷେତ୍ରରେ ୩ ଘରୋଇ କମ୍ପାନୀ ଜିଓ , ଏୟାରଟେଲ ଓ ଭୋଡାଫୋନ ଆଇଡିଆ ନିଲାମରେ ଅଂଶଗ୍ରହଣ କରିବାକୁ ମଧ୍ୟ ଆବେଦନ କରିଛନ୍ତି। ଏଥିରେ ଚତୁର୍ଥ ଆବେଦନକାରୀ ଭାବେ ଆଦାନୀ ଗ୍ରୁପ ରହିଛି। ଆଦାନୀ ଗ୍ରୁପ ନିକଟରେ ଲଙ୍ଗ ଡିଷ୍ଟାନ୍ସ ଏନଏଲବି ଓ ଇଣ୍ଟରନ୍ୟାସନାଲ ଇଙ୍ଗଡିଷ୍ଟାନ୍ସ ଆଇଏନଏଲବଡି ଲାଗି ଲାଇସେନ୍ସ ହାସଲ କରିସାରିଛନ୍ତି। ଦୂରସଞ୍ଚାର ସ୍ପେକ୍ଟ୍ରମ ନିଲାମ ୨୬ ଜୁଲାଇ ୨୦୨୨ରେ ଅନୁଷ୍ଠିତ ହେବ। ଚଳିତ ଥର ୫-ଜି ସ୍ପେକ୍ଟ୍ରମ ନିଲାମରେ ୪.୩ ଲକ୍ଷ କୋଟି ଟଙ୍କାର ୭୨,୦୯୭୮୫ ମେଗାହର୍ଜ ସ୍ପେକ୍ଟ୍ରମ ନିଲାମ କରାଯିବ। ଏଥିରେ ସରକାର ୬୦୦ ମେଗାହର୍ଜ, ୭୦୦ ମେଗାହର୍ଜ ଏବଂ ୩୩୦୦ ମେଗାହର୍ଜ ସହିତ ଅନେକ ବ୍ୟାଣ୍ଡରେ ବିକ୍ରି ପାଇଁ ୫-ଜି ଏୟାରୱେଲ ରଖାଯାଇଛି।