ଗଣେଶ ବିଦ୍ୟାପୀଠ ପରିସରରେ ୭୩ ତମ ବନମହୋତ୍ସବ ପାଳିତ

ହିଞ୍ଜିଳି କାଟୁ/ ରଜନୀକାନ୍ତ ପାତ୍ର : ଗଣ୍ଡଳା ଗଣେଶ ବିଦ୍ୟାପୀଠ ପରିସର ରେ ୭୩ ତମ ବନମହୋତ୍ସବ ପାଳିତ ହୋଇଥିଲା ।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ହିଞିଳି କାଟୁ ତହସିଲଦାର ଶ୍ରୀଯୁକ୍ତ ପ୍ରଭାତ କୁମାର ପରିଡା ବୃକ୍ଷରୋପଣ ର ମହତ୍ବ ଛାତ୍ର ଛାତ୍ରୀ ଙ୍କୁ ବୁଝାଇଥିଲେ । ମୁଖ୍ଯବକ୍ତା ଗଞ୍ଜାମ ଜିଲ୍ଲାର ବି ଜେ ଡି ଉପସଭାପତି ଶ୍ରୀଯୁକ୍ତ D . ବିଶ୍ଵନାଥ କହିଥିଲେ ବର୍ତ୍ତମାନ ପରିସ୍ଥିତିରେ ଚାରାରୋପଣ ନିହାତି ଆବଶ୍ୟକ । ପ୍ରତ୍ୟେକ ଲୋକ ଗୋଟିଏ ଗୋଟିଏ ଗଛ ଲଗାଇବା ଉଚିତ ମେନ କରିଥିଲେ।

ଗୋଷ୍ଠୀଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ S.ଗିରିଧାରି , ଗଣେଶ ବିଦ୍ୟାପୀଠ ର ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ପଣ୍ଡା, ଗାନ୍ଧୀ ଚରଣ ପଣ୍ଡା, ପୁର୍ବତନ ଛାତ୍ର ଗଣେଶ ସାହୁ,ରାଜେଶ କୁମାର ସାହୁ,ନିଗମାନନ୍ଦ ମହାନ୍ତି,ପ୍ରଶାନ୍ତ କୁମାର ସାହୁ ପ୍ରମୁଖଙ୍କ ସମେତ ବହୁଅଧିକାରୀ ଯୋଗ ଦେଇ ଜଙ୍ଗଲ ସୁରକ୍ଷା କରିବା ସହ ଅଧିକ ରୂ ଅଧିକ ବୃକ୍ଷରୋପଣ କରିବାଲାଗି ଛାତ୍ର ଛାତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ ।

ସେହିପରି ଜଙ୍ଗଲ ରେ ନିଆଁ ନଲଗାଇବା ବନ୍ୟ ଜନ୍ତୁ ର ସୁରକ୍ଷା କରିବାନେଇ ସଚେତନ କରିଥିଲେ ।  ଆଉ ପ୍ରତ୍ୟେକ ଲୋକ ନିଜ ଜୀବନ କାଳରେ କିଛିକିଛି ଗଛ ଲଗାଇଵା ସହ ତାକୁ ବଞ୍ଚାଇରଖିଲେ ଭବିଷ୍ୟ ପିଢ଼ି ପରିବେଶ ପ୍ରଦୂଷଣ ରୂ ରକ୍ଷା ପାଇବେ ବୋଲି ମଧ୍ୟ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ଵିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମ ହରି ସାହୁ , ସହକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀ, ଅଧ୍ୟକ୍ଷ ଙ୍କ ସମେତ ସ୍ଵେଛା ସେବୀ ଅଧିକାରୀଙ୍କ ସମେତ ଛାତ୍ର, ଛାତ୍ରୀ, ଅବିଭାବକ, ବନପାଳ ପ୍ରଦୀପ କୁମାର ପଣ୍ଡା, ବନରକ୍ଷୀ ମିତାରାଣୀ ବିଶ୍ବଷରାୟ, ବନ ବିଭାଗ କର୍ମଚାରୀ ଲବ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ।