ପାପଡାହାଣ୍ଡି/ଅନିଲ ପ୍ରଭାତ ଭତ୍ରା: ଲଗାଣ ବର୍ଷାରେ ଘରେ ପଶିଲା ପାଣି । ଘରର ଆସବାପତ୍ର ସବୁ ବର୍ଷା ପାଣିରେ ଓଦା ହୋଇଛି ଯାହା ଫଳରେ ଲୋକେ ହଇରାଣ ହୋଉଛନ୍ତି । ଡ୍ରେନରେ ଠିକ ଭାବେ ତଦାରଖ ନ ହେବାରୁ ଏଭଳି ସମସ୍ୟା ହୋଇଥିବା ଅଭିଯୋଗ କରୁଛନ୍ତି ସାହି ବାସିନ୍ଦା । ଏଭଳି ହୋଇଛି ପାପଡାହାଣ୍ଡି ବ୍ଲକରେ । ସହରର ମୁଖ୍ୟ ରାସ୍ତା କଡ଼ରେ ଥିବା ରୟାଲ ପୁବ୍ଲିକ ସ୍କୁଲ ନିକଟ ଜଗନ୍ନାଥଙ୍କ ଘରେ ପାଣି ପଶି ଯାଇଥିଲା ।ଘରର ବହୁ ଆସବାପତ୍ର ଭିଜିବା ଫଳରେ ପରିବାର ଲୋକସମସ୍ୟା ଘେରରେ ରହିଛନ୍ତି । ଭିମା ସାହି ,ଗତି ସାହି ଅଂଚଳର ବର୍ଷା ପାଣି ଯୋଗୁଁ ଏଭଳି ଅବସ୍ଥା ହୋଇଛି ବୋଲି ଜଗନ୍ନାଥ ଅଭିଯୋଗ କରିଛନ୍ତି । ଶୀଘ୍ର ଏହାର ସମାଧାନ କରାଯାଉ ବୋଲି ପ୍ରଶାସନକୁ ସାହି ବାସିନ୍ଦା ଦାବି କରିଛନ୍ତି ।ଆଗକୁ ବର୍ଷା ଅଛି ଯଦି ଡ୍ରେନର ସମସ୍ୟା ଦୂର କରା ନ ଯାଏ ତେବେ ଆଗକୁ ଲୋକେ ବହୁତ ହୋଇରାଣ ହେବାର ସମ୍ଭାବନା ରହିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।