ଦ୍ରୌପଦୀଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା

ଭୁବନେଶ୍ୱର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀକୁ ନେଇ ଚାଲିଥିବା କଳ୍ପନା ଜଳ୍ପନା ଉପରେ ପୂର୍ଣ୍ଣଚ୍ଛେଦ ପଡିଛି । । ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାଁରେ ମୋହର ଲାଗିଛି । ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇପାରନ୍ତି ଓଡିଆ ନେତ୍ରୀ  ଦ୍ରୌପଦୀ ମୁର୍ମୁ।ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସମାଜ ସେବା, ନିଷ୍ପେସିତ ବର୍ଗର ଉନ୍ନତି ଲାଗି ଦ୍ରୌପଦୀ ସାରା ଜୀବନ ସଂଘର୍ଷ କରିଆସିଛନ୍ତି । ଦ୍ରୌପଦୀ ଦେଶରେ ମହାମାନ୍ୟ ରାଷ୍ଟ୍ରପତି ହେବା ନେଇ ସେ ଆଶାବାଦୀ । ସାମାଜିକ ଜୀବନ, ରାଜନୀତି, ଆଦିବାସୀ ବିକାଶ ଲାଗି ଦ୍ରୌପଦୀ ସାରା ଜୀବନ ସଂଗ୍ରାମ କରିଆସିଛନ୍ତି । ପ୍ରାର୍ଥୀ ହେବା ପରେ ଦ୍ରୌପଦୀ କହିଛନ୍ତି, ମାଟିର ଝିଅ ହୋଇଥିବାରୁ ବିଜେଡିର ସହଯୋଗ ସେ କାମନା କରୁଛନ୍ତି । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ଦ୍ରୌପଦୀ ମୁର୍ମୁଙ୍କୁ ଜେଡପ୍ଲସ ସିକ୍ୟୁରିଟି ପ୍ରଦାନ କରାଯାଇଛି । ସୁରକ୍ଷା ଦାୟିତ୍ୱରେ ୧୦ରୁ ଅଧିକ ଏନଏସଜି ସହ ସିଆରଏଫ୍ କମାଣ୍ଡୋ ରାଇରଙ୍ଗପୁରରୁ ଭୁବନେଶ୍ୱର ଓ ପରେ ଦିଲ୍ଲୀ ଯାଏଁ ସୁରକ୍ଷା ଯୋଗାଇବେ ।୧୦ଜଣ କମାଣ୍ଡୋଙ୍କୁ ମିଶାଇ ମୋଟ ୧୫୦ ସୁରକ୍ଷାକର୍ମୀଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି ।୫ଟି ବୁଲେଟପ୍ରୁଫ୍ କାର୍ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଛି ।