(ମୁମ୍ବାଇ) : ଆପଣ ଦୃଶ୍ୟମ୍ ଦେଖିଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର ଖୁବ୍ ଶୀଘ୍ର ବଡ଼ ପରଦାରେ ନଜର ଆସିବ ଦୃଶ୍ୟମ୍ ୨। ଏକ ନୂଆ କାହାଣୀ ସହ ଅଭିଷେକ ପାଠକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ଦୃଶ୍ୟମ ୨ ନଭେମ୍ଵର ୧୮ରେ ରିଲିଜ୍ ହେବାକୁ ଯାଉଛି। ଏନେଇ ଅଭିନେତା ଅଜୟ ଦେଭଗନ ଟ୍ଵିଟ୍ କରି ସୂଚନା ଦେଇଛନ୍ତି।
Attention! ⚠️#Drishyam 2 releasing in theatres on 18th November 2022
#Tabu #AkshayeKhanna @shriya1109 #RajatKapoor @ishidutta #MrunalJadhav @AbhishekPathakk #BhushanKumar #KrishanKumar @KumarMangat @Viacom18Studios @TSeries @PanoramaMovies #Drishyam2 pic.twitter.com/Ak1fa4gabp
— Ajay Devgn (@ajaydevgn) June 21, 2022
ସେ ତାଙ୍କ ଟ୍ଵିଟ୍ରେ ଲେଖିଛନ୍ତି ଯେ, ଧ୍ୟାନ ଦିଅନ୍ତୁ !!! ଫିଲ୍ମ ଦୃଶ୍ୟମ ୨ ଚଳିତ ବର୍ଷ ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମରେ ଅଜୟ ଦେଭଗନଙ୍କ ବ୍ୟତୀତ ଅକ୍ଷୟ ଖନ୍ନା, ଶ୍ରେୟା ସରନ, ରଜତ କପୁର, ଇଶିଦା ଦତ୍ତା, ତବ୍ବୁ ମୁଖ୍ୟ ଭୂମିକାରେ ନଜର ଆସିବେ। ଆଜି ହାଇଦ୍ରାବାଦରେ ଫିଲ୍ମର ସୁଟିଂ ଶେଷ ହୋଇଛି। ଫିଲ୍ମ ଏବେ ରିଲିଜ୍ ହେବା ଅପେକ୍ଷାରେ ରହିଛି ।
ସୂଚନାନୁଯାୟୀ , ଅଭିଷେକ ପାଠକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୨୦୧୫ରେ ରିଲିଜ୍ ହୋଇଥିବା କ୍ରାଇମ୍ ଥ୍ରିଲର ଫିଲ୍ମ ଦୃଶ୍ୟମର ପରବର୍ତ୍ତୀ କାହାଣୀ। ଫିଲ୍ମର କାହାଣୀ ୪ ଲୋକଙ୍କ ପରିବାର ଉପରେ କେନ୍ଦ୍ରିତ ରହିଛି।